ଡାକ୍ତରଙ୍କୁ କରୋନା, ଜିଲା ହସପିଟାଲରେ କଟକଣା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ହସପିଟାଲର ଜଣେ ଡାକ୍ତର ପଜଟିଭି ଥିବା ଜଣାପଡିଛି। ଡାକ୍ତର କରୋନାରେ ଆକ୍ରାନ୍ତ ହେବା ଜଣାପଡିବା ପରେ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରତିେଷଧକ ବ୍ୟବସ୍ଥା ସ୍ବରୂପ ଆଜି ସକାଳୁ ଓପିଡିକୁ ବନ୍ଦ କରାଯାଇ ମେଡିକାଲକୁ ସାନିଟାଇଜ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।
ଗୋଟିଏ ପ୍ରବେଶ ପଥ ରଖାଯାଇ ଅନ୍ୟଗୁଡିକୁ ବନ୍ଦ କରାଯାଇଛି। ଜଣେ ରୋଗୀଙ୍କ ସହିତ ଜଣେ ସହାୟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ସୁରକ୍ଷା ନିମନ୍ତେ ଆଜି ଆଉ ଅଧିକ ୧୦ଜଣ ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରାଯାଇଛି। ଡାକ୍ତର ଜଣଙ୍କ ୪ଦିନ ହେବ ଅସୁସ୍ଥ ଥିଲେ। ତେବେ ସେ କାହା କାହା ସହିତ ମିଶିଥିଲେ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ଓପିଡି ବନ୍ଦ ହେବନି ବୋଲି ମେଡକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କଠାରୁ ସୂଚନା ମିଳିଛି।