୩୦ ଡାକ୍ତରୀ ଛାତ୍ର, ୬୦ ଡାକ୍ତରଙ୍କୁ କରୋନା

ପଟିଆଲା: ପଞ୍ଜାବର ପଟିଆଲାସ୍ଥିତ ରାଜେନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ୬୦ଜଣ ଡାକ୍ତର ଓ ୩୦ଜଣ ଏମବିବିଏସ୍‌ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସଂକ୍ରମଣକୁ ନେଇ ଚିକିତ୍ସାଳୟର ଚିକିତ୍ସା ବ୍ୟବସ୍ଥା ଭୁଶୁଡି ପଡିଛି। ପଯିଆଲା ଜିଲା ସ୍ବାସ୍ଥ୍ୟ ବିଭାଗର କେତେକ ଡାକ୍ତର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ପଞ୍ଜାବରୁ ୧୪୩ କରୋନା ଆକ୍ରାନ୍ତ ବାହାରିଥିବାବେଳେ କେବେଳ ପଟିଆଲାରୁ ୧୩୧ ସଂକ୍ରମିତ ଚିହ୍ନଟ ହୋଇଥିଲେ। ପଞ୍ଜାବରେ ସଂକ୍ରମଣ ବୃଦ୍ଧିକୁ ନେଇ ରାଜ୍ୟରେ ରାତ୍ରିକାଳୀନ କଟକଣା ଜାରି କରାଯାଇଛି। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାଧାରଣ ଯାତାୟାତକୁ ନିଷିଦ୍ଧ କରାଯାଇଛି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। ସେହିପରି ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲର ୩୨ଜଣ ସ୍ବାସ୍ଥ୍ୟ କର୍ମଚାରୀ ଓ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ଏମାନେ ସମସ୍ତେ ଜରୁରୀକାଳୀନ ୱାର୍ଡରେ କାର୍ଯ୍ୟ କରୁଥିଲେ।

Comments are closed.