ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କରୋନା ଆକ୍ରାନ୍ତ

ମୁଖୀଗୁଡା : କଳାହାଣ୍ଡି ଜିଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର କରୋନା ପଜିଟିଭ ଛିହ୍ନଟ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଜୟପାଟଣାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୧୦ତାରିଖରେ ଜୟପାଟଣା ପରଦେଶୀପଡାର ଜଣେ ମହିଳା ଫ୍ଲୁ ସେଣ୍ଟରରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୧୧ତାରିଖରେ ତାଙ୍କ ଶାଶୁ କରୋନା ପଜିଟିଭ ଛିହ୍ନଟ ହୋଇଥିଲେ । ୧୦ତାରିଖରୁ ପରଦେଶୀପଡାକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି ।
ଗତକାଲି ଗୁରୁବାର ଜୟପାଟଣା ୧ ନମ୍ବର ୱାର୍ଡ ବନ୍ଧପଡାର ୫ଜଣ କରୋନା ଆକ୍ରାନ୍ତ ଛିହ୍ନଟ ହୋଇଛନ୍ତି । ଆଜି ସକାଳଠାରୁ ସରପଞ୍ଚ ପରବର୍ତ୍ତୀ ଆଦେଶ ନଦେବା ପର୍ଯ୍ୟନ୍ତ ୧ ନମ୍ବର ୱାର୍ଡ ବନ୍ଧପଡାକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଛନ୍ତି । ଡାକ୍ତର କରୋନା ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ଜୟପାଟଣାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଜି ଡାକ୍ତର , ତାଙ୍କ ଡ୍ରାଇଭର ,ତୁଳସୀ ଚଉରା ଛକର ପକୁଡି ଦୋକାନୀ ଏବଂ ଜଣେ ବାଳକ କରୋନା ଆକ୍ରାନ୍ତ ଛିହ୍ନଟ ହୋଇଛନ୍ତି। ପକୁଡି ଦୋକାନୀ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି । ଆଜି ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସଟଡ଼ାଉନ  କରାଯାଇ ସାନିଟାଇଜ କରାଯାଇଛି ।

Comments are closed.