୨୧ ବର୍ଷୀୟା ମଡେଲଙ୍କୁ ବଳାତ୍କାର, ଡାକ୍ତର ଗିରଫ

ମୁମ୍ବଇ: ମୁମ୍ବଇରେ ଜଣେ ୨୧ ବର୍ଷୀୟା ମଡେଲଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ତେବେ ୫୫ବର୍ଷୀୟ ଅଭିଯୁକ୍ତ ଡାକ୍ତର ଏବଂ ସମ୍ପୃକ୍ତା ମଡେଲ ଏକାଠି ରହୁଥିଲେ ବୋଲି ପୁଲିସ କହିଛି।
ବରିଷ୍ଠ ପୁଲିସ ଅଧିକାରୀ ରବୀନ୍ଦ୍ର ବଦଗୁଜର କହିଛନ୍ତି ଯେ, ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯିବା ସହ ଏହାର ତଦନ୍ତ ଚାଲିଛି। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ୨୦୧୭ରେ ସେ ଏ ଟିଭି ସିରିଏଲରେ କାମ କରୁଥିବାବେଳେ ତାଙ୍କ ସାଙ୍ଗଙ୍କ ଜରିଆରେ ଉକ୍ତ ଡାକ୍ତରଙ୍କ ନିକଟକୁ ଚିକିତ୍ସା ପାଇଁ ଯାଇଥିଲେ। ପରବର୍ତ୍ତୀ ସମୟରେ ଡାକ୍ତରଙ୍କ ସହ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା। ଏହାର ସୁଯୋଗ ନେଇ ଡାକ୍ତର ଜଣକ ତାଙ୍କୁ ବଳାତ୍କାର କରିଥିଲେ। ପରେ ତାଙ୍କର କିଛି ଅଶ୍ଳୀଳ ଫଟୋ ରଖି ତାଙ୍କୁ ବ୍ଲାକମେଲ କରିଥିଲେ। ତେଣୁ ଏ ନେଇ ସେ ଥାନାର ଦ୍ବାରସ୍ଥ ହୋଇଥିଲେ ବୋଲି ମଡେଲ ଜଣକ କହିଛନ୍ତି।