ଦାବି ମୁତାବକ ରାଇଘର ମେଡିକାଲରେ ଡାକ୍ତର ନିଯୁକ୍ତି

ନବରଙ୍ଗପୁର: ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ହେବା ପରେ ଗାଁରେ ଖୁସିର ମାହୋଲ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତର ଗୋନା ମେଡିକାଲରେ କୌଣସି ଡାକ୍ତର ନ ଥିବାରୁ ଗୋନା ଗ୍ରାମବାସୀ ଦୀର୍ଘ ସମୟ ଧରି ମେଡିକାଲକୁ ତାଲା ପକାଇ ଦେଇଥିଲେ। ପରେ ମେଡିକାଲ ସମ୍ମୁଖରେ ଧାରଣା ଦେଇଥିଲେ। ମେଡିକାଲରେ କୌଣସି ଡାକ୍ତର ନାହାନ୍ତି, ଲୋକମାନେ ଫାର୍ମାସିଷ୍ଟଙ୍କ ଦ୍ୱାରା ଚିକିତ୍ସିତ ହୁଅନ୍ତି। ଗ୍ରାମବାସୀ ଏ ବିଷୟରେ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିବା ସତ୍ତେ୍ୱ କେହି ଶୁଣିଲେନି। ଶେଷରେ ବାଧ୍ୟ ହୋଇ ମେଡିକାଲକୁ ଦୀର୍ଘ ସମୟ ଧରି ତାଲା ପକାଇ ଦେଇଥିଲେ। ଏହି ଖବର ଜିଲ୍ଲାପାଳ ଜାଣିବା ପରେ ୭ ଦିନ ଭିତରେ ଗୋନା ମେଡିକାଲରେ ଡାକ୍ତର ନିଯୁକ୍ତି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ଧାରଣାରୁ ଓହରି ଥିଲେ ଗ୍ରାମବାସୀ। କିନ୍ତୁ ଆଜି ୭ ଦିନ ନ ହଉଣୁ ଜିଲ୍ଲପାଳ ଗୋନା ମେଡିକାଲରେ ଡାକ୍ତର ଏବଂ ନୂଆ ଷ୍ଟାଫ ଯୋଗାଇଦେଲେ। ଏହି ଖବର ଶୁଣି ଗୋନା ଗ୍ରାମବାସୀ ମେଡିକାଲକୁ ସଫା ସୁତର କରିଥିଲେ। ପରେ ଫୁଲମାଳ ଦେଇ ମେଡିକାଲର ନୂଆ ଡାକ୍ତର ଚନ୍ଦ୍ରକାନ୍ତ ଠାକୁର, ଫାର୍ମାସିଷ୍ଟ ବିଧୁଭୂଷଣ ବେହେରା ଏବଂ ଏଏନଏମ ରଂଜିତା ରାୟଙ୍କୁ ସ୍ୱାଗତ କରିଥିଲେ।

Comments are closed.