ଆଜିଠୁ ଡାକ୍ତରୀ ନାମଲେଖା ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଘରୋଇ ହାଇଟେକ ଭୁବନେଶ୍ବର ଓ ରାଉରକେଲା ଭେଷଜ ମହାବିଦ୍ୟାଳୟରେ ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତାକାଲିଠାରୁ ସଞ୍ଚାର (ଅନଲାଇନ) ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ। ଏନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ଡାକ୍ତରୀ ପାଠ ଏମବିବିଏସ ଓ ବିଡିଏସରେ ନାମଲେଖାଇବା ପାଇଁ ଓଜେଇଇ ୱେବସାଇଟ (www.ojee.nic.in/www.odishajee.com)କୁ ଲଗଇନ କରି ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ବୁଧବାର ମଧ୍ୟାହ୍ନରୁ ଆରମ୍ଭ ହୋଇ ୧୮ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚାଲିବ। ୧୯ ତାରିଖ ପର୍ଯ୍ୟନ୍ତ ସଞ୍ଚାର ମାଧ୍ୟମରେ ପ୍ରମାଣପତ୍ର ଯାଞ୍ଚ କରାଯିବ। ୨୪ରେ ପ୍ରଥମ ରାଜ୍ୟସ୍ତରୀୟ ଉତ୍କର୍ଷ(ମେରିଟ୍‌) ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୭ରେ ଶେଷ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବ। ମନୋନୀତ ଛାତ୍ରଛାତ୍ରୀ ନାମଲେଖାଇ ଭେଷଜ ମହାବିଦ୍ୟାଳୟରେ ଅଧ୍ୟୟନ ଆରମ୍ଭ କରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.