ମନ ମୁତାବକ ଜୀବନସାଥୀଟିଏ ପାଇବା ପାଇଁ ଯୁବତୀମାନେ କରନ୍ତୁ ଏହି ଉପାୟ

ସାଧାରଣତଃ ସବୁ ଝିଅଙ୍କ ସ୍ବପ୍ନ ଥାଏ ଯେ, ତାଙ୍କୁ ଜଣେ ଭଲ ଜୀବନସାଥୀ ମିଳୁ। ଯିଏ ତାଙ୍କୁ ଭଲ ଭାବେ ବୁଝି ପାରିବ ଓ ତାଙ୍କ ସୁଖ ଦୁଃଖର ସାଥୀ ହେବ। ହେଲେ ଅନେକ ସମୟରେ ଏମିତି ହୁଏ, ସମ୍ପର୍କ ଦୃଢ ଥାଇ ମଧ୍ୟ ସମ୍ପର୍କ ଭାଙ୍ଗି ଯାଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି, ସମ୍ପର୍କରେ ଦେଖାଦେଉଥିବା ଏହି ସମସ୍ୟାର କାରଣ ବାସ୍ତୁଦୋଷ ମଧ୍ୟ ହୋଇଥାଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ତଥା ଝିଅମାନେ ମନଲାଖି ବର ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ। ଯାହାକୁ ପାଳନ କରିବା ଦ୍ବାରା ଆପଣଙ୍କ ବିବାହ ଯୋଗ ଖୋଲିଯିବା ସହ ମନ ଚାହୁଁଥିବା ପାତ୍ର ମଧ୍ୟ ମିଳିବ –

ଭଗବାନ ଶିବଙ୍କ ବ୍ରତ ରଖନ୍ତୁ: ବିବାହ ଯୋଗ୍ୟ ଝିଅମାନେ ଭଗବାନ ଶିବଙ୍କର ୧୬ ସୋମବାର ବ୍ରତ ରଖିବା ଉଚିତ। ଏହି ବ୍ରତ ସର୍ବଦା ଶୁକ୍ଳପକ୍ଷର ପ୍ରଥମ ସୋମବାର ଦିନ ଆରମ୍ଭ କରିବା ଉଚିତ। ନିୟମିତ ରୂପେ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଜଳ ଲାଗି କରିବା ସହ ବ୍ରତ କଥା ପଢି ଭଗବାନ ଶିବ ଏବଂ ମାତା ଗୌରୀଙ୍କ ଆଶୀର୍ବାଦ ନେବା ଉଚିତ।

ପାଣିରେ ହଳଦୀ ପକାଇ ସ୍ନାନ କରନ୍ତୁ: ଯେଉଁ ଝିଅମାନଙ୍କର ବିବାହ ହେବାରେ ବିଳମ୍ବ ହେଉଛି ସେହି ଝିଅମାନେ ପାଣିରେ ହଳଦୀ ମିଶାଇ ସ୍ନାନ କରିବା ଉଚିତ। ଏପରି କରିବା ଦ୍ୱାରା ବିବାହ ଯୋଗ ଶୀଘ୍ର ଖୋଲିଥାଏ।

ନାଲି ରଙ୍ଗର କପଡା ପିନ୍ଧନ୍ତୁ: ଯଦି ଘର ଲୋକ ବିବାହ ସମ୍ପର୍କରେ କଥା ହେବାକୁ ଯାଉଛନ୍ତି ତେବେ ସେହି ଦିନ ଝିଅ ନାଲି ରଙ୍ଗର ପୋଷାକ ପିନ୍ଧିବା ଉଚିତ।

ଦୁର୍ଗା ସପ୍ତସତୀ ପାଠ କରନ୍ତୁ: ବିବାହ ଯୋଗ ଖୋଲିବା ପାଇଁ ଝିଅମାନେ ପ୍ରତ୍ୟେକ ଦିନ ସକାଳେ ଶୀଘ୍ର ଉଠି ସ୍ନାନ ସାରି ସଫା କପଡା ପିନ୍ଧିବା ଉଚିତ। ଏହାପରେ ଘରେ କିମ୍ବା ମନ୍ଦିରରେ ଦୀପ ଜାଳି ଦୁର୍ଗା ସପ୍ତସତୀ ପାଠ କରିବା ଉଚିତ।

କଦଳୀ ଗଛ ପୂଜା କରନ୍ତୁ: ଭଲ ତଥା ମନ ମୁତାବକ ପାତ୍ର ପାଇବା ପାଇଁ ଝିଅମାନେ ଗୁରୁବାର ଭଗବାନ ବୃହସ୍ପତି ଏବଂ କଦଳୀ ଗଛ ଆଗରେ ଶୁଦ୍ଧ ଦେଶୀ ଘିଅର ଦୀପ ଜାଳି ପୂଜା କରନ୍ତୁ।

Comments are closed.