ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ରଖନ୍ତୁ ଏହି ଜିନିଷ : ମିଳିବ ଶୁଭ ଫଳ

0

ସାଧାରଣତଃ ଜୀବନରେ ବେଳେବେଳେ ଅନେକ ସମସ୍ୟା ଦେଖାଦେଇଥାଏ। ଯେତେ ଯାହା କଲେ ମଧ୍ୟ ସେସବୁ ସମସ୍ୟାରୁ ମୁକ୍ତି ମିଳେନାହିଁ। ତେବେ ଅନେକ ସମୟରେ ବାସ୍ତୁ ଦୋଷ କାରଣୁ ଏପରି ହୋଇଥାଏ ବୋଲି ବାସ୍ତୁବିତ୍ମାନେ ମତ ଦିଅନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବା ପୂର୍ବରୁ ଏପରି କିଛି କାମ ଅଛି ଯାହାକୁ କରିବା ଦ୍ବାରା ଜୀବନରେ ଲାଗି ରହିଥିବା ଅନେକ ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

୧. ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ଶ୍ରୀମଦ୍ ଭଗବତ ଗୀତା କିମ୍ବା ସୁନ୍ଦରାକାଣ୍ଡ ରଖି ଶୁଅନ୍ତୁ। ଏହାଦ୍ୱାରା ଭଲ ନିଦ ହେବା ସହ ସମସ୍ତ କାମ ମଧ୍ୟ ସୁଚାରୁରୂପେ ସମ୍ପନ୍ନ ହେବ। ଏଥିସହିତ ଜୀବନରେ ସଫଳତା ମଧ୍ୟ ମିଳିବ।

୨. ବାସ୍ତୁ ଅନୁସାରେ ମୂଳାକୁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ପ୍ରତିଦିନ ଶୋଇବା ବେଳେ ତକିଆ ତଳେ ମୂଳା ରଖି ଶୁଅନ୍ତୁ। ସକାଳୁ ସେହି ମୂଳାକୁ ଶିବଲିଙ୍ଗରେ ଚଢ଼ାନ୍ତୁ। ଏଭଳି କରିବା ଦ୍ୱାରା ରାହୁ ଦୋଷ ଦୂର ହୋଇଥାଏ।

୩. ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଉଥିଲେ ମଙ୍ଗଳବାର ରାତିରେ ମୁଗ ଡାଲିକୁ ଏକ ସବୁଜ ରଙ୍ଗର କପଡ଼ାରେ ବାନ୍ଧି ତକିଆ ତଳେ ରଖିଦିଅନ୍ତୁ। ପରଦିନ କୌଣସି ଝିଅକୁ ତାହା ଦାନ କରନ୍ତୁ କିମ୍ବା ନିକଟସ୍ଥ ଦୁର୍ଗା ମନ୍ଦିରରେ ରଖିଦିଅନ୍ତୁ। ଏଭଳି କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼େ। ଏହାଦ୍ୱାରା ଆୟ ମଧ୍ୟ ବୃଦ୍ଧି ହୋଇଥାଏ।

୪. ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ପାଣି ରଖନ୍ତୁ। ସକାଳୁ ଉଠି ଏହି ପାଣିରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ବାକି ପାଣିକୁ ଗଛରେ ଦେଇଦିଅନ୍ତୁ।

Leave A Reply