ବିଧାୟକଙ୍କ ମୁଣ୍ଡ ନେଲା କରୋନା; ଜନ୍ମଦିନରେ ଆଖି ବୁଜିଲେ

ଚେନ୍ନାଇ: କରୋନା ଭୂତାଣୁ ଜଣେ ବିଧାୟକଙ୍କ ମୁଣ୍ଡ ନେଇଛି। ତାମିଲନାଡୁର ଡିଏମକେ ବିଧାୟକ ଜେ. ଆନବାଝାଗନ କରୋନାରେ ଆକ୍ରାନ୍ତ ଥିବାବେଳେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି। ନିଜ ଜନ୍ମ ଦିନରେ ବିଧାୟକ ଜଣକ ଆରପାରିକୁ ଚାଲିଯାଇଛନ୍ତି। ଏ ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାକୁ ନେଇ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

୬୨ ବର୍ଷୀୟ ଆନବାଝାଗନ କରୋନାରେ ଆକ୍ରାନ୍ତ ହେବା ପରେ ଗତ ୨ ତାରିଖରେ ତାଙ୍କୁ ଡ. ରେଲା ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିଲା। ସେ ତିରୁଭାଲିକେନି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୦୧ରେ ଟି. ନାଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ଚେପକ-ତିରୁଭାଲିକେନି ଆସନରୁ ୨୦୧୧ ଏବଂ ୨୦୧୬ରେ ନିର୍ବାଚିତ ହୋଇଥିଲେ।

Comments are closed.