ଡିଏମ୍‍କେ ଅଧ୍ୟକ୍ଷ ପଦ ପାଇଁ ଷ୍ଟାଲିନ୍‍ଙ୍କ ପ୍ରାର୍ଥିପତ୍ର ଦାଖଲ

0

ଚେନ୍ନାଇ : ଏମ୍‍ କରୁଣାନିଧିଙ୍କ ପରଲୋକ ପରେ ଡିଏମ୍‍କେ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ପୁତ୍ର ତଥା ଦଳୀୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏମ୍‍କେ ଷ୍ଟାଲିନ୍‍ ରବିବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କରୁଣାନିଧି ୨୦୧୭ ଜାନୁଆରୀରେ ଅସୁସ୍ଥ ହୋଇପଡିବା ପରଠାରୁ ଷ୍ଟାଲିନ୍‍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦଳର ସମସ୍ତ ଦାୟିତ୍ୱ ବହନ କରିଆସୁଛନ୍ତି। ମାତ୍ର କରୁଣାନିଧିଙ୍କ ପରଲୋକ ପରେ ଦଳର ନେତୃତ୍ୱକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏ ନେଇ ଷ୍ଟାଲିନ୍‍ଙ୍କୁ କୁରୁଣାନିଧିଙ୍କ ଅନ୍ୟ ଜଣେ ପୁତ୍ର ତଥା ପୂର୍ବତନ ମନ୍ତ୍ରୀ ଏମ୍‍. ଆଲାଗିରି ଚ୍ୟାଲେଞ୍ଜ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ତଥା ଆପତ୍ତିଜନକ ମନ୍ତବ୍ୟ ଦେବା କାରଣରୁ ୨୦୧୪ରେ ଆଲାଗିରିଙ୍କୁ କରୁଣାନିଧି ଦଳରୁ ବହିଷ୍କାର କରିଥିଲେ। ଏଥିସହ ସେ ଷ୍ଟାଲିନ୍‍ଙ୍କୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଘୋଣୋ କରିଥିଲେ। କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ହେବା ସତ୍ତେ୍ୱ ଷ୍ଟାଲିନ୍‍ ଦଳର ସଫଳତା ଦିଗରେ କୌଣସି କାର୍ଯ୍ୟ କରି ନ ଥିବା ଦର୍ଶାଇ ତାଙ୍କ ନେତୃତ୍ୱକୁ ଆଲାଗିରି ଚ୍ୟାଲେଞ୍ଜ କରିଥିଲେ।

Leave A Reply