୧୭ ଜିଲାରେ ୨୧ରୁ ଡିଏଲ୍‌ ସେବା

ଭୁବନେଶ୍ବର: କରୋନା ସଂକ୍ରମଣ ଓ କଟକଣାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଗତ ଏପ୍ରିଲ୍‌ ୨୧ରୁ ରାଜ୍ୟରେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ଭାବେ ଗାଡ଼ି ଚାଳନା ସ୍ବୀକୃତି(ଡ୍ରାଇଭିଂ ଲାଇସେନ୍ସ) ଓ ଗାଡ଼ି ଚାଳନା ଶିକ୍ଷଣୀୟ ସ୍ବୀକୃତି(ଲର୍ଣ୍ଣର ଲାଇସେନ୍ସ) ଆଦି ସେବାକୁ ବନ୍ଦ କରାଯାଇଥିଲା। ରାଜ୍ୟ ସରକାର ଯେଉଁ ୧୭ ଜିଲାରେ ତାଲାବନ୍ଦ କଟକଣାରେ ସାମାନ୍ୟ କୋହଳ କରିଛନ୍ତି, ସେହି ଜିଲାଗୁଡ଼ିକରେ ଗାଡ଼ି ଚାଳନା ସ୍ବୀକୃତି ଏବଂ ଗାଡ଼ି ଚାଳନା ଶିକ୍ଷଣୀୟ ସ୍ବୀକୃତି ପରୀକ୍ଷା କରିବା ଲାଗି ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତା ୨୧ ତାରିଖରୁ ସେହି ଜିଲାଗୁଡ଼ିକର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପରୀକ୍ଷା ଲାଗି ସକାଳ ୭ଟାରୁ ୧୦ ଟା ମଧ୍ୟରେ ସ୍ଲଟ୍‌ ବୁକିଂ ଆରମ୍ଭ ହେବ।

ପୂର୍ବରୁ ଗାଡ଼ି ଚଳାଇବା ଲାଗି ଆବେଦନ କରିଥିବା ବ୍ୟକ୍ତିବିଶେଷ କେବଳ ସ୍ଲଟ୍‌ ବୁକିଂ କରିପାରି‌େ‌ବ। ସେହିପରି ଗାଡ଼ି ଚାଳନା ସ୍ବୀକୃତିକୁ ନବୀକରଣ କରିବା ଆବେଦନ ମଧ୍ୟ ୨୨ ତାରିଖରୁ ହୋଇପାରିବ। ଯେଉଁ ଗାଡ଼ି ଶିକ୍ଷଣୀୟ ସ୍ବୀକୃତି(ଏଲ୍‌ଏଲ୍‌) ଅବଧି ମାର୍ଚ୍ଚ ୧୮ ପରେ ଶେଷ ହୋଇଯାଇଥିଲା, ସେସବୁର ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଆବଦ୍ଧାଞ୍ଚଳବାସୀ ଏବଂ ଲକ୍ଷଣ ଥିବା ଆବେଦନକାରୀଙ୍କୁ ଆଞ୍ଚଳିକ କାର୍ଯ୍ୟାଳୟ ଆସିବାକୁ ଅନୁମତି ଦିଆଯିବନାହିଁ। ଅନ୍ୟ ୧୩ ଜିଲାରେ ଏହି ସେବା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହେବ। ସେହିପରି ୧୭ ଜିଲାରେ ବାହାନ ସମ୍ପର୍କିତ ସେବା ୧୮ ତାରିଖଠାରୁ ଆରମ୍ଭ ହେବ ବୋଲି ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Comments
Loading...