ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନୟମ; ଏଣିକି କଟକଣା ନ ମାନିଲେ ଡିଏଲ୍ ବାତିଲ୍

ଭୁବନେଶ୍ବର : ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନୟମ। ଏଣିକି କଟକଣା ନ ମାନିଲେ ୩ ମାସ ପାଇଁ ବାତିଲ୍ ହେବ ଡ୍ରାଇଭିଂ ଲାଇସେନ୍ସ(ଡିଏଲ)। ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ(ଡିଏଲ) ବାତିଲ କରାଯିବ। ସେହିପରି ମୋବାଇଲ୍ରେ ଗପି ଗାଡ଼ି ଚଳାଇଲେ, ମଦ କିମ୍ବା ଡ୍ରଗ୍ସ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇଲେ ଡିଏଲ୍ ବାତିଲ ହେବ ବୋଲି ଗାଡ଼ି ଚାଳକଙ୍କ ପାଇଁ କଟକଣା ଜାରି କରିଛନ୍ତି ପରିବହନ କମିଶନର।