ଜୋକୋଭିକ୍‌ଙ୍କ ରେକର୍ଡ; ୯ମ ଥର ପାଇଁ ଜିତିଲେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ୍‌

ନୂଆଦିଲ୍ଲୀ: ନୋଭାକ୍‌ ଜୋକୋଭିକ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଟାଇଟଲ୍‌ ଜିତିବା ସହିତ ସର୍ବାଧିକ ୯ମ ଥର ଲାଗି ଏହି ସଫଳତା ହାସଲ କରିଛନ୍ତି। ଜୋକୋଭିକ୍‌ ନିଜ ପ୍ରତିଦ୍ବନ୍ଦ୍ବୀ ଋଷର ଡାନିଏଲ ମେଦଭେଦେଭଙ୍କୁ ୭-୫, ୬-୨ ଏବଂ ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ବିଶ୍ଵର ଏକ ନମ୍ବର ଖେଳାଳି ଭାବେ ସର୍ବିଆର ଜୋକୋଭିକ୍‌ ମୋଟ ୧୮ଟି ଗ୍ରାଣ୍ଡସ୍ଲାମକୁ ନିଜ ନାମରେ କରିଦେଇଛନ୍ତି।

ମେଦଭେଦେଭ ଜଣେ ଭଲ ଖେଳାଳି ହୋଇଥିଲେ ହେଁ ଜୋକୋଭିକ୍‌ଙ୍କ ମୁକାବିଲା କରିବାରେ ବିଫଳ ହୋଇଥିଲେ। ପ୍ରଥମ ସେଟ୍‌ରୁ ମେଦେଭେଦେଭଙ୍କ ଖରାପ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଶେଷରେ ସେ ଜୋକୋଭିକଙ୍କଠାରୁ ପରାଜିତ ହୋଇଥିଲେ। ଜୋକୋଭିକ୍‌ ଲଗାତାର ୩ୟ ଥର ଏବଂ ସର୍ବାଧିକ ୯ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିବାରେ ବିଶ୍ଵର ପ୍ରଥମ ଖେଳାଳି।

Comments are closed.