ଏହି ମଡ଼େଲଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡିଆ : ଆଜି ହେଲା ନିର୍ବନ୍ଧ

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ନୂଆବର୍ଷ ଅବସରରରେ ମଡ଼େଲ ନତାସା ସ୍ତାନୋଭିକଙ୍କ ସହ ନିର୍ବନ୍ଧ କରିଛନ୍ତି। ଏନେଇ ଉଭୟ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡ଼ିଓ ଅପଲୋଡ କରି ସୂଚନା ଦେଇଛନ୍ତି। ନତାସାଙ୍କ ଘର ସର୍ବିଆ ସେ ଏବେ ମୁମ୍ବଇରେ ରହୁଛନ୍ତି। ସେ ବାଦଶାହାଙ୍କ ସୁପରହିଟ୍ ଗୀତ ଡିଜେ ୱାଲେ ବାବୁରେ ଡ୍ୟାନ୍ସ କରିଥିଲେ। ଅନେକ ଦିନ ହେବ ଉଭୟ ପରସ୍ପରକୁ ଡେଟ୍ କରୁଥିଲେ।
ନତାଶା ୨୦୧୨ ମସିହାରେ ସର୍ବିଆରୁ ମୁମ୍ବଇ ଆସିଥିଲେ। ସେ ମଡେଲ ଭାବେ ଖୁବ ଜଣାଶୁଣା।

Comments are closed.