ଜାଣନ୍ତୁ ଦୀପ ଲଗାଇବାର ସଠିକ ନିୟମ ବିଷୟରେ….

ପ୍ରତିଦିନ ଗୃହରେ ପୂଜାର୍ଚ୍ଚନା କରିବା ସମୟରେ ଦୀପ ଲଗାଇବା ଏକ ବିଧି ଅଟେ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କୁ ଦୀପ ଅର୍ପଣ କଲେ ହିଁ ପୂଜା ସଂପୂର୍ଣ୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି। ପୂଜା କରିବା ସମୟରେ ଆରତୀ କରିବା ପରେ ହିଁ ପୂଜାର ମହତ୍ତ୍ୱ ପୂରଣ ହୋଇଥାଏ। ଆଲୋକ ସର୍ବଦା ଅନ୍ଧକାରକୁ ଦୂର କରିଥାଏ। ସେହିଭଳି ଭଗବାନଙ୍କ ସମ୍ମୁଖରେ ଦୀପ ଲଗାଇଲେ ଜୀବନରେ ଥିବା ଦୁଃଖ ରୂପକ ଅନ୍ଧକାର ଦୂରେଇ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ମାତ୍ର ଏହି ଦୀପ ଅର୍ପଣର କେତେକ ନିୟମ ରହିଛି,ଏହି ନିୟମକୁ ମାନି ଦୀପ ଅର୍ପଣ କଲେ ଆମକୁ ବହୁ ଶୁଭ ଫଳ ମିଳିଥାଏ। ଜାଣନ୍ତୁ ସେହି ନିୟମ ବିଷୟରେ…………….
ଘିଅର ଦୀପ –
ଏହି ଦୀପ ଅର୍ପଣ କରିବା ବେଳେ ଏହା ଠାକୁରଙ୍କ ଡ଼ାହାଣ ପଟେ ଓ ନିଜର ବାମ ପଟେ ରହିବା ଉଚିତ। ଏହା ଦ୍ୱାରା ଶୁଭ ଫଳ ମିଳିଥାଏ। ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ।
ତେଲର ଦୀପ –
ଏହି ଦୀପ ଅର୍ପଣ ବେଳେ ଏହା ଭଗବାନଙ୍କ ବାମ ପଟେ ଓ ନିଜର ଡ଼ାହାଣ ପଟେ ରହିବା ଆବଶ୍ୟକ। ଏହା ଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ଗୃହର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।
ଦୀପରେ ସର୍ବଦା ତୁଳାରେ ପ୍ରସ୍ତୁତ ସଳିତା ହିଁ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଦୀପ ଅର୍ପଣର ମହତ୍ତ୍ୱ ବୃଦ୍ଧି ହୋଇଥାଏ।
ଯଦି ମାଟି ଦୀପ ଅର୍ପଣ କରୁଛନ୍ତି, ସର୍ବଦା ଧ୍ୟାନ ଦେବେ ଯେପରି ଏହା ସାମାନ୍ୟ ମାତ୍ର ଭାଙ୍ଗି ନଥିବ । ଭଙ୍ଗା ଦୀପ ଅର୍ପଣ କରିବା ଅଶୁଭ ଅଟେ।
ଦୀପ ସମର୍ପଣ କରିବା ବେଳେ କଥାବାର୍ତ୍ତା ନ କରି, କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ।

Comments are closed.