ଦୀପାବଳି : କଟକ ବଡ଼ ଡାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା

0

କଟକ : ଦୀପାବଳି ପାଇଁ କଟକ ବଡ଼ ଡାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ଲାଷ୍ଟିକ୍‍ ସର୍ଜରି ବିଭାଗ ପକ୍ଷରୁ କାଜୁଆଲ୍‍ଟିରେ ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବନ୍ଦୋବସ୍ତ ହୋଇଛି । ଦୀପାବଳିରେ ବାଣ ଫୁଟା ଜନିତ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କ ପାଇଁ ୪ ଜଣ ଡାକ୍ତର ବୁଧବାର ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ କାଜୁଆଲ୍‍ଟିରେ ରହିବେ। ବିଭାଗୀୟ ସହଯୋଗୀ ପ୍ରଫେସର ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ୱରେ ଗଠିତ ଏହି ଡାକ୍ତରୀ ଦଳ ରୋଗୀଙ୍କର ଚିକିତ୍ସା କରିବେ। ଆବଶ୍ୟକ ସ୍ଥଳେ ଅଧିକ ଚିକିତ୍ସା ପାଇଁ ଓ.ଟି. ଓ ପ୍ଲାଷ୍ଟିକ୍‍ ସର୍ଜରୀ ବିଭାଗରେ ସମସ୍ତ ପ୍ରସ୍ତୁତି କରାଯାଇଛି।

Leave A Reply