ଦୀପାବଳୀ ପାଇଁ ଅଟୋମୋବାଇଲ କମ୍ପାନୀର ଆକର୍ଷଣୀୟ ଅଫର

0

ନୂଆଦିଲ୍ଲୀ : ଆସୁଛି ଆଲୋକର ପର୍ବ ଦୀପାବଳୀ। ଏହାକୁ ସବୁଠି ଉତ୍ସବମୁଖର। ସମସ୍ତ ବ୍ୟବସାୟୀ କମ୍ପାନୀ ନିଜର ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ଏହି ଯାତ୍ରାରେ ବିଭିନ୍ନ ଅଟୋମୋବାଇଲ କମ୍ପାନୀ ମଧ୍ୟ ସାମିଲ ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ କମ୍ପାନୀ କଣ ସବୁ ଅଫର ରଖିଛନ୍ତି।
ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା’ ନିଜର ରାପିଡ କାର ଉପରେ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ପ୍ରଦାନ କରିଛି। ଏଥିରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ୍‍ ମଧ୍ୟ ରହିଛି। ଯଦି ଆପଣଙ୍କ ପାଖରେ ପୁରୁଣା ‘ସ୍କୋଡା’ କାର ରହିଛି, ତେବେ ଆପଣ ଏହାର ପରିବର୍ତ୍ତନ କରି ୫୦ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ରହିଛି। ସେହିପରି ‘ସ୍କୋଡା’ ରାପିଡ ଡିଜେଲ ୱାରିଏଣ୍ଡରେ ମଧ୍ୟ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ରହିଛି।
ଏହାବ୍ୟତୀତ କମ୍ପାନୀ ଅନ୍ୟ ଏକ କାର ସୁପର ଟପ ୱାରିଏଣ୍ଡ ଉପରେ ୭୫ହଜାର ଟଙ୍କା ଓ ବେସ୍‍ ୱାରିଏଣ୍ଡ କାର ଉପରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ। ସେହିପରି ସ୍କୋଡା କୋଡିଆକର ଆଲୋଚନା କଲେ ଏଥିରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାହକ ଲାଭ ପାଇପାରିବେ। ଏହି ସନସ୍ତ ଅଫର କେବଳ ଅକ୍ଟୋବର ମାସ ପର୍ଯ୍ୟନ୍ତ ରଖାଯାଇଛି।

Leave A Reply