ଦୀପାବଳି ଓ କାଳୀପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର

0

କଟକ : ଦୀପାବଳି ଓ କାଳୀପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ଆନନ୍ଦ ଉଲ୍ଲାସର ସହିତ ଲୋକେ ଏହି ଉତ୍ସବ ପାଳନ କରୁଛନ୍ତି। ମଙ୍ଗଳବାରଠାରୁ ରାଜ୍ୟର ପ୍ରମୁଖ ଶକ୍ତି ପୀଠ ତଥା କାଳୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ତେବେ ପୂଜା ମଣ୍ଡପରେ ମଙ୍ଗଳବାର ନିଶାର୍ଦ୍ଧରେ ମାଆ କାଳୀଙ୍କର ଆବାହନ କରାଯାଇଛି। କଟକ ସହରରେ ଚଳିତ ବର୍ଷ ୭୨ଟି ପୂଜା ମଣ୍ଡପରେ ମାଆକାଳୀଙ୍କର ପୂଜାର୍ଚ୍ଚନା କରାଯାଉଛି। ସୁଉଚ୍ଚ ତୋରଣ ଏବଂ ରଙ୍ଗୀନ ଆଲୋକମାଳାରେ ସାରା ସହର ଝଲସି ଉଠୁଛି। ଅନେକ ପୂଜା କମିଟି ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ବୁଧବାର ସକାଳୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।
ଦୀପାବଳି ପାଇଁ ଲୋକେ ନିଜ ଘର ଓ କୋଠାବାଡିକୁ ମଧ୍ୟ ରଙ୍ଗବେରଙ୍ଗ ଆଲୋକରେ ସଜାଇଛନ୍ତି । ଅନ୍ୟ ପକ୍ଷରେ ଦୀପାବଳୀ ପାଇଁ ବାଣ ଦୋକାନରେ ମଧ୍ୟ ସକାଳୁ ଲୋକଙ୍କ ଭିଡ ଲାଗି ରହିଛି। ସହର ଓ ବଜାର ଭିତରେ ବାଣ ବିକ୍ରି ପାଇଁ କଟକଣା ଜାରି ହୋଇଥିବାରୁ ଉପର ବାଲିଯାତ୍ରା ପଡିଆ, କାଠଯୋଡି ପଠା, ଚାଉଳିଆଗଞ୍ଜ ଖେଳ ପଡିଆ, ପୋତାପୋଖରୀ ନେତାଜୀ ଖେଳ ପଡିଆ ସମେତ ଖୋଲା ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲାଯାଇଛି।

Leave A Reply