ଦୀପାବଳି: ରାତି ୮ଟାରୁ ୧୦ଟା ମଧ୍ୟରେ ବାଣଫୁଟା

ଚାଇନା ବାଣ ମାଳରେ ଫୁଟାଇବାକୁ ସମ୍ପୂର୍ଣ୍ଣ ନିଷେଧ

ଭୁବନେଶ୍ବର : ଓଡ଼ିଶା ପୁଲିସ ପକ୍ଷରୁ ଦୀପାବଳିରେ ବାଣଫୁଟା ନେଇ ବୁଧବାର ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ବାସୀଙ୍କୁ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୨୫ ଡେସିବେଲରୁ ଅଧିକ ଶଦ୍ଦଯୁକ୍ତ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି । ଚାଇନା ବାଣ ମାଳରେ ଫୁଟାଇବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଆଦି ନିରବ ଘୋଷିତ ଜାଗରେ ବାଣ ଫୁଟାଇବାକୁ  ମନା କରାଯାଇଛି ।

Comments are closed.