କମ୍‌ ଖର୍ଚ୍ଚରେ ପହଞ୍ଚିବ ଦୀପାବଳି ଉପହାର

ମୁମ୍ବାଇ: ଭାରତର ଅଗ୍ରଣୀ ଏକ୍ସପ୍ରେସ ଲଜିଷ୍ଟିକ୍ସ ସେବା ଯୋଗାଣକାରୀ ବ୍ଲୁ ଡାର୍ଟ ପାର୍ବଣ ଋତୁର ଆନନ୍ଦ ଉଲ୍ଲାସକୁ ବଜାୟ ରଖିବା ପାଇଁ ‘ଦିୱାଲି ଏକ୍ସପ୍ରେସ’ ଅଫର ପ୍ରଚଳନ କରିଛି । ଏହି ଅଫର ଅକ୍ଟୋବର ୧୧ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଅଫର ସମୟ ମଧ୍ୟରେ ଉଭୟ ଘରୋଇ ଓ ଆନ୍ତର୍ଜାତିକ ସ୍ତରରେ ସମସ୍ତ ପ୍ରକାର ଦିପାବଳୀ ଉପହାର ପ୍ରେରଣ ପାଇଁ ୪୦% ରିହାତି ସୁଯୋଗ ନେଇହେବ । ଗ୍ରାହକମାନେ ଉପହାର ସାମଗ୍ରୀ, ମିଠାଇ, ପୋଷାକ ଏବଂ ଆହୁରି ଅନେକ କିଛି ସେମାନଙ୍କ ପ୍ରିୟ ପରିଜନଙ୍କ ନିକଟକୁ ଭାରତ ମଧ୍ୟରେ ୩୫,୦୦୦ରୁ ଅଧିକ ସ୍ଥାନକୁ ଏବଂ ସମଗ୍ର ବିଶ୍ୱରେ ୨୨୦ ରାଷ୍ଟ୍ରକୁ ପଠାଇ ପାରିବେ । ଏ ସମ୍ପର୍କରେ ପ୍ରକାଶ କରି ବ୍ଲୁ ଡାର୍ଟର ଚିଫ୍‌ କମର୍ସିଆଲ ଅଫିସର କେତନ କୁଲକର୍ଣ୍ଣି କହିଛନ୍ତି, ଆମେ ଆମ ଗ୍ରାହକ ଏବଂ ସେମାନଙ୍କ ପ୍ରିୟ ପରିଜନ ପରସ୍ପର ଠାରୁ ମାଇଲ ମାଇଲ ଦୂରରେ ଥିଲେ ମଧ୍ୟ ସେମାନଙ୍କୁ ନିକଟତର କରାଇବାକୁ ନିରନ୍ତର ଭାବରେ ବହୁ ଊଦ୍ଧ୍ୱର୍କୁ ଯାଇ କାର୍ଯ୍ୟ କରୁଛୁ । ଏହାକୁ ମନ ମଧ୍ୟରେ ରଖି ଦିୱାଲି ଏକ୍ସପ୍ରେସ ଅଫର ପ୍ରଚଳନ କରାଯାଇଛି । ଆମ ଗ୍ରାହକମାନେ ପାର୍ବଣ ଋତୁର ଆନନ୍ଦ ଅନୁଭବ କରିବା ଏବଂ ସେମାନଙ୍କ ପ୍ରିୟ ପରିଜନଙ୍କ ସହିତ ତାହାକୁ ସହଭାଗୀ କରିବା ଆମେ ଚାହୁଁଛୁ । ଆମ ଗ୍ରାହକଙ୍କର ସାମଗ୍ରୀ ଯେଭଳି ସେମାନଙ୍କ ପ୍ରିୟ ପରିଜନଙ୍କ ନିକଟରେ ସଠିକ ଭାବରେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିବ ତାହା ଆମେ ସୁନିଶ୍ଚିତ କରୁଛୁ ।

Comments are closed.