ଓଡିଶାରେ ଵିଦେଶୀ ପାଳିଲେ ଦୀପାବଳି

0

କୋଣାର୍କ : ମଙ୍ଗଳଵାର ସଂଧ୍ୟା ୬ଟା ସମୟରେ ରାମଚଣ୍ଡୀ ସ୍ଥିତ ଲୋଟସ ରିସର୍ଟ ପରିସରରେ ଵିଦେଶୀ ପର୍ୟ୍ୟଟକ ମାନେ ଭାରତୀୟ ପରମ୍ପରା, ରୀତିନୀତି ଓ ସଂସ୍କୃତି ଅନୁଯାୟୀ ବର୍ଣାଢ ପରିବେଶ ମଧ୍ୟରେ ଆଲୋକର ପର୍ବ ଦୀପାବଳିକୁ ଧୁମଧାମରେ ପାଳନ କରିଛନ୍ତି। ଵିଗତ ୯ ବର୍ଷ ଧରି ଵିଦେଶୀ ପର୍ୟ୍ୟଟକ ମାନେ ଆଲୋକର ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି ।

ଚଳିତ ବର୍ଷ ସୁଦୂର ଫ୍ରାନସ, ଅଷ୍ଟ୍ରେଲିଆ ଓ ରୁଷିଆର ୩୧ ଜଣ ଵିଦେଶୀ ପର୍ୟ୍ୟଟକ ଓ ୫୦ ରୁ ଭାରତୀୟ ପର୍ୟ୍ୟଟକ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ଜନସଚେତନତା ସୃଷ୍ଟି କରିବା ସହ ମାଟି ଦୀପ ଓ କାଁଉରିଆ କାଠି ଜାଳି ଆଲୋକର ପର୍ବ ଦୀପାବଳିକୁ ପାଳନ କରିଥିଲେ। ଭାରତୀୟ ସଂସ୍କୃତି, ପରମ୍ପରା ଓ ପ୍ରାଚୀନ ଚଳଣୀକୁ ପାଥେୟ କରି ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ। ଏହା ସହ ପାରମ୍ପରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ନୃତ୍ୟ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ପରିପ୍ରେକ୍ଷୀରେ ସେମାନେ ନିଜ ନିଜର ଦେଶୀୟ ଖାଦ୍ୟକୁ ଵର୍ଜନ କରି ଭାରତୀୟ ପାରମ୍ପରିକ ପ୍ରସ୍ତୁତ ଖାଦ୍ୟର ମଜା ନେଵା ସହ ଭାରତୀୟ ପାରମ୍ପରିକ ରସଗୋଲାକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିବା ସହ ପରସ୍ପରକୁ ଆଲିଗଂନ କରିଥିଲେ। ଏହି ଉତ୍ସବକୁ ଲୋଟସ ରିସର୍ଟ ପରିଚାଳକ ଭାରତ ଭୂଷଣ ଵିଶ୍ଵାଳ ଓ ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave A Reply