କରୋନା କଟକଣା, ବାଣ ଫୁଟିବ କି ନାହିଁ ?

ଭୁବନେଶ୍ବର: ଆସନ୍ତା​‌ ୧୪ ତାରିଖରେ ପଡୁଛି ଚଳିତବର୍ଷର ଦିପାବଳି। ଚଳିତବର୍ଷର ଦିପାବଳି ମଧ୍ୟ କରୋନା କଟକଣାଭୁକ୍ତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣାନାମା ଜାରି ହୋଇ ନଥିଲେ ମଧ୍ୟ ବର୍ଷକର ବିଭିନ୍ନ ଯାନିଯାତ୍ରାରୁ ମିଳିଥିବା ଅନୁଭବ ମୁତାବକ ଦିପାବଳି ବାଣ ଫୁଟା ଉପରେ ମଧ୍ୟ କଟକଣା ଲାଗୁ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଦିପାବଳି ବାଣ ବ୍ୟବସାୟ ନେଇ ରାଜ୍ୟବ୍ୟାପି ବିଭିନ୍ନ ଉପଖଣ୍ଡରେ ଉପଜିଲାପାଳଙ୍କ ନିକଟରୁ ଅନୁମତି ନେବାର ବ୍ୟବସ୍ଥା ରହିଥାଏ। ବାଣ ବ୍ୟବସାୟର ଏକ ପ୍ରାରମ୍ଭିକ କାର୍ଯ୍ୟ କରାଯିବାର ସମୟ ଉପନୀତ ହୋଇଥିବା ବେଳେ ସ୍ବଳ୍ପକାଳୀନ ବାଣ ବ୍ୟବସାୟୀମାନେ ଏ ଦିଗରେ ଅନୁମତିପ୍ରାପ୍ତ ହୋଇପାରୁ ନଥିବା ଜଣାଯାଇଛି। ଫଳରେ ଆସନ୍ତା ଦିପାବଳିରେ ବାଣ ଫୁଟିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.