ଭିନ୍ନକ୍ଷମ ଶିଶୁର ଚିକିତ୍ସାରେ ଅର୍ଥ ବାଧକ

ପଦ୍ମପୁର : ପଦ୍ମପୁର ଉପଖଣ୍ତ କୁମୀର ଗ୍ରାମର ନଳିନୀ ମଲ୍ଲିକ ଜଣେ ଗରିବ ଦିନ ମଜୁରୀଆ। ତାଙ୍କର ୩ ବର୍ଷର ଏକ ଶିଶୁ ପୁତ୍ର ଜୟ କୁମାର ମଲ୍ଲିକ ଜନ୍ମରୁ ଭିନ୍ନକ୍ଷମ। ତେବେ ତା’ର ଚିକିତ୍ସା ନିକଟସ୍ଥ ଚିକିତ୍ସାଳୟରେ କରାଯାଉଛି। କିନ୍ତୁ ଅଧିକ ଚିକିତ୍ସାର ଆବଶ୍ୟକ ରହିଛି। ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଥିବାରୁ ଅନ୍ୟତ୍ର ଚିକିତ୍ସା ପାଇଁ ସେ ଯାଇପାରୁ ନାହାନ୍ତି। କୋଭିଡ-୧୯ ଯୋଗୁ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଲୁନାହିଁ । ତେଣୁ ନଳିନୀ ସରକାରୀ ସହାୟତାର ବାଟ ଚାହିଁ ବସିଛନ୍ତି। କୌଣସି ବଦାନ୍ୟ ବ୍ୟକ୍ତି ଅବା ସରକାରୀ ସହଯୋଗ ମିଳିଲେ ସେ ଆଗକୁ ଯାଇ ପାରନ୍ତେ। ଯେହେତୁ ସେ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି ତେଣୁ, ଅନ୍ୟତ୍ର ଯାତାୟତ ଅସମ୍ଭବ ହୋଇ ପଡିଛି।

Comments are closed.