ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଦିବ୍ୟା, ମୋହିତ ଜିତିଲେ କାଂସ୍ୟ

ବର୍ମିଂହାମ୍‌   : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ମଲ୍ଲଯୋଦ୍ଧାମାନେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ୬ଟି ପଦକ ହାସଲ କରିଛନ୍ତି। ବଜରଙ୍ଗ ପୁନିଆ, ଦୀପକ ପୁନିଆ ଓ ସାକ୍ଷୀ ମଲିକ ସ୍ବର୍ଣ୍ଣ, ଅଂଶୁ ମଲିକ ରୌପ୍ୟ, ଦିବ୍ୟା କାକ୍‌ରନ ଓ ମୋହିତ ଗେରୱାଲ କାଂସ୍ୟ ପଦକ ଜିିତିିଛନ୍ତି। ଏଥି ସହିତ ୯ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୯ ଟି କାଂସ୍ୟ ସହ ଭାରତର ପଦକ ସଂଖ୍ୟା ୨୬ରେ ପହଞ୍ଚିଛି।
ପୁରୁଷ ୧୨୫ କିଗ୍ରା ଫ୍ରି ଷ୍ଟାଇଲ ବର୍ଗରେ ମୋହିତ ଗେରୱାଲ କାଂସ୍ୟ ପଦକ ହାସଲ କରିଛନ୍ତି । କାଂସ୍ୟ ପଦକ ମ୍ୟାଚରେ ମୋହିତ ଜାମାଇକାର ଆରୋନ ଜନସନଙ୍କୁ ପରାସ୍ତ କରି କାଂସ୍ୟ ପଦକ ଜିତିଛନ୍ତି। ମୋହିତ ମ୍ୟାଚକୁ ମାତ୍ର ଦୁଇ ମିନିଟରେ ଜିତି ନେଇଥିଲେ। ସେମିଫାଇନାଲରେ ମୋହିତ ଗୋଡ ଆଘାତ ପାଇଁ ଅଧାରୁ ଓହରି ଯାଇଥିଲେ । ଆହତ ସତ୍ତ୍ବେ ୩ୟ ସ୍ଥାନ ପାଇଁ ମ୍ୟାଚ ଖେଳି କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ମହିଳା ଫ୍ରି ଷ୍ଟାଇଲ ୬୮ କିଗ୍ରା ବର୍ଗରେ ଦିବ୍ୟା କାକରନ କାଂସ୍ୟ ପଦକ ଜିତିଛନ୍ତି । ଦିବ୍ୟା ୩ୟ ସ୍ଥାନ ପାଇଁ ମ୍ୟାଚରେ ପିନଫେଲର କୋକର ଲିମେଲିଙ୍କୁ ପରାସ୍ତ କରି କାଂସ୍ୟ ପଦକ ଜିତିଛନ୍ତି। ଦିବ୍ୟା ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ହାସଲ କରିଛନ୍ତି।

Comments are closed.