ବଢ଼ିଲା ସାବୁନ ଏବଂ ଡିଟରଜେଣ୍ଟର ଦାମ୍‍

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀ । ଏହାରି ଭିତରେ ସସସ୍ତ ଦ୍ରବ୍ୟର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ, ହିନ୍ଦୁସ୍ତାନ ୟୁନିଲିଭର ସାବୁନ ଏବଂ ଡିଟରଜେଣ୍ଟ ଗୁଡ଼ିକର ମୂଲ୍ୟ ବୃଦ୍ଧି ହୋଇଛି । ଦେଶର ସର୍ବବୃହତ ଏଫଏମସିଜି କମ୍ପାନୀ ସାବୁନ ଏବଂ ଡିଟରଜେଣ୍ଟର ମୂଲ୍ୟ ୨୦ ପ୍ରତିଶତକୁ ବୃଦ୍ଧି କରିଛି। ଯାହାଦ୍ୱାରା ସାଧାରଣ ଗ୍ରାହକଙ୍କ ଉପରେ ପ୍ରଭାବ ପଡ଼ିବ । ହୁଇଲ, ରିନ୍‍, ସର୍ଫ୍ ଆକ୍ସଲ୍ ଏବଂ ଲାଇଫବୟ ପରି ସାବୁନର ଦାମ୍‍ ବୃଦ୍ଧି ହୋଇଛି । କୁହାଯାଉଛି କଞ୍ଚମାଲର ଦାମ୍‍ ଅହେତୁକ ବୃଦ୍ଧି ଯୋଗୁ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ । କମ୍ପାନୀ ସର୍ଫ୍ ଏକ୍ସେଲ୍ ବାରଗୁଡିକର ମୂଲ୍ୟକୁ ସର୍ବାଧିକ ବୃଦ୍ଧି କରିଛି । ଏହାକୁ କମ୍ପାନୀ ୨୦ ପ୍ରତିଶତ ବୃଦ୍ଧି କରିଛି । ସେହିପରି ଅନ୍ୟାନ୍ୟ ସବୁନ୍‍ ଓ ଡିଟରଜେଣ୍ଟର ମଧ୍ୟ ମୂଲ୍ୟ ବୃଦ୍ଧି କରାଯାଇଛି । ଲାଇଫବୋଇର ୧୨୫ ଗ୍ରାମ ପ୍ୟାକର ମୂଲ୍ୟ ୨୯ ରୁ ୩୧ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ରିନ୍ ବଣ୍ଡଲ୍ ପ୍ୟାକ୍ ୨୫୦ ଗ୍ରାମର ମୂଲ୍ୟ ୭୨ ରୁ ୭୬ ଟଙ୍କା ଏବଂ ଏହାର ୨୫୦ ଗ୍ରାମ ସିଙ୍ଗଲ୍ ବାରର ମୂଲ୍ୟ ୧୮ ରୁ ୧୯ ଟଙ୍କାକୁ ବୃଦ୍ଧି କରାଯାଇଛି।

 

Comments are closed.