ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ। ନବରଙ୍ଗପୁର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ବିଧାୟକ ଦାବୁଗାଁ ଶ୍ରୀ ମନୋହର ରନ୍ଧାରି, ମାନ୍ୟବର ବିଧାୟକ ଝରିଗାଁ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ,ମାନ୍ୟବର ବିଧାୟକ ଉମରକୋଟ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ସାଂସଦ ନବରଙ୍ଗପୁର ଙ୍କ ପ୍ରତିନିଧି ଶ୍ରୀ ପ୍ରମୋଦ କୁମାର ପାଢ଼ୀ, ମାନ୍ୟବର ବିଧାୟକ ନବରଙ୍ଗପୁର ଙ୍କ ପ୍ରତିନିଧି ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ, କୃଷକ ଙ୍କ ପ୍ରତିନିଧି ଶ୍ରୀ ଝଡେଶ୍ୱର୍ ଖାଡ଼ଙ୍ଗା , ମଣ୍ଟୁ ପଟ୍ଟନାୟକ, ଉପଜିଲ୍ଲାପାଳ ନବରଙ୍ଗପୁର ଶ୍ରୀ ଭାସ୍କର ରାଇତ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଆନନ୍ଦ ରାଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁରେଖା ସୁନ୍ଦରୀ ମଲ୍ଲିକ, ଏଆରସିଏସ ଚନ୍ଦ୍ର ସେଠିଆ, ଆରଏମସି ସଂପାଦକ, ଜିଲ୍ଲା ଯୋଗାଣ ବିଭାଗ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ଖରିଫ୍ ଋତୁରେ ନିର୍ଦ୍ଧାରିତ ଧାନ ମଣ୍ଡିରେ ଚାଷୀ ତାଙ୍କର ଧାନ ବିକ୍ରୟକରି ସରକାରଙ୍କ ଧାର୍ଯ୍ୟ ମୁତାବକ ଉଚିତ୍ ମୂଲ୍ୟ ଯେପରି ପାଇପାରିବେ ସେ ଦିଗରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏଥି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଚଳିତ ଖରିଫ୍ ଋତୁରେ ଜିଲ୍ଲାରେ ୨୮୧୭୨ ଜଣ ଚାଷୀ ତାଙ୍କର ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଥିବା ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ। କେତେ ଚାଷୀ ନାମ ପଞ୍ଜିକରଣରୁ ବଞ୍ଚିତ ହୋଇଥିବା ନେଇ ବୈଠକରେ ମାନ୍ୟବର ବିଧାୟକ ଏବଂ ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ଉଦବେଗ ପ୍ରକାଶ କରିଥିଲେ।  ୨୬୩୮ ଜଣ ଚାଷୀଙ୍କ ପଞ୍ଜିକରଣ ହୋଇପାରିନଥିବା ଏଆରସିଏସ ପ୍ରକାଶ କରିଥିଲେ। ବୈଠକରେ ନିଷ୍ପତି ଅନୁଯାୟୀ ପଞ୍ଜିକୃତ ହୋଇନଥିବା ଚାଷୀଙ୍କର ପଞ୍ଜିକରଣ ପାଇଁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଏଆରସିଏସଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାର ୫୫ ଗୋଟି ମଣ୍ଡି ରେ ଆସନ୍ତା ଡ଼ିସେମ୍ବର ୦୧ ତାରିଖ ରୁ ଖରିଫ୍ ଧାନ ସଂଗ୍ରହ କରାଯିବା ପାଇଁ ସ୍ଥିରକୃତ କରାଯାଇଛି। ମଣ୍ଡିରେ କୌଣସି ଦଲାଲ୍ ଯେପରି ପ୍ରବେଶ ନ କରନ୍ତି ସେଥିପାଇଁ କଡ଼ା ନଜର ରଖିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଚଳିତ ଖରିଫ୍ ଋତୁରେ ସାଧାରଣ ଧାନ କ୍ଵିଣ୍ଟାଲ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଗ୍ରେଡ଼ ଇ ଧାନ କ୍ଵିଣ୍ଟାଲ ପିଛା ୧୮୮୮ ଟଙ୍କା ଧାର୍ଯ୍ୟ କରାଯାଇଛି। ମଣ୍ଡିରୁ ଠିକ୍ ସମୟରେ ଧାନ ଉଠାଇବା ସହିତ ଉନ୍ନତ ମାନର ଚାଉଳ ଯୋଗାଇବା ପାଇଁ ସଂପୃକ୍ତ ମିଲେରସ୍ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

 

Comments are closed.