ଝାରସୁଗୁଡା ଜିଲ୍ଲା ନ୍ୟାୟାଳୟ ପରିସର ଡିଷ୍ଟ୍ରିକ୍ଟ  କୋର୍ଟ କମ୍ପ୍ଲେକ୍ସ ଉଦଘାଟିତ

ଝାରସୁଗୁଡା ଜିଲ୍ଲା ନ୍ୟାୟାଳୟ ପରିସର (  ଡିଷ୍ଟ୍ରିକ୍ଟ କୋର୍ଟ କମ୍ପ୍ଲେକ୍ସ ) ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି  ଜଷ୍ଟିସ ମହମ୍ମଦ ରଫିକ ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ ।

ମାନ୍ୟବର ମୁଖବିଚାରପତି ମହମ୍ମଦ ରଫିକ ତାଙ୍କର ଭିଡିଓ କନଫରେନସିଂ ଉଦଘାଟନୀ ବାର୍ତା ରେ କୋର୍ଟ ପରିସର  ଉଦଘାଟନ ହେବା ଫଳରେ  ମାମଲା ଗୁଡିକର ଶୁଣାଣି ତ୍ୱରାନ୍ୱିତ କରାଯାଇ ଫଇସଲା କରାଯାଇ ପାରିବ ବୋଲି କହିଥିଲେ ।ଉଦଘାଟନ କାର୍ଯ୍ୟକ୍ରମରେ  ଝାରସୁଗୁଡା ନ୍ୟାୟାଳୟ ପରିସରରେ ପ୍ରଶାସନିକ ଜଜ ଅକ୍ଷୟ କୁମାର ମିଶ୍ର, ଝାରସୁଗୁଡା ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକ , ଏଡିଜେ ରାଜା ରଞ୍ଜନ ପାଢ଼ୀ, ସିଜେଏମ ସୁନୀଲ କୁମାର ଦାସ, ଜେଏମଏଫସି ବିକାଶ ଗୋଏଲ,  ରେଜିଷ୍ଟ୍ରାର ଗୋପବନ୍ଧୁ ଗଡନାୟକ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଏସପି ରାହୁଲ ପି.ଆର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୋର୍ଟ ମ୍ୟାନେଜର ମନମିତ ସିଂ,  ଜିଲ୍ଲା ବାର ଆସୋସିଏସନ ଅଧ୍ୟକ୍ଷ ପି.ରାମ ମୋହନ ରାଓ, ସାଧାରଣ ସମ୍ପାଦକ ବିଶ୍ୱନାଥ ନାଏକ, ସରକାରୀ ଓକିଲ ଗୋପାଳ ଚନ୍ଦ୍ର ପଟନାୟକ, ପିପି ପ୍ରକାଶ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ  ତାପସ ରାୟ ଚୌଧୁରୀ , ଏଲ ଏନ ଗୁରୁଙ୍କ ସମେତ ବରିଷ୍ଠ ଆଇନଜୀବୀ ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।  କୋଭିଡ  ନିୟମ କୁ କଡାକଡି ଭାବରେ ପାଳନ କରାଯାଇ ସସାମାଜିକ ଦୂରତ୍ୱ ବଜାୟ ରକ୍ଷା କରିବା ସହ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

୧୧ଟି କୋର୍ଟ ଥିବା ଏହି କୋର୍ଟ କମ୍ପ୍ଲେକ୍ସ ରେ ଜିଲ୍ଲାର ସମସ୍ତ କୋର୍ଟ ରହିଛି ।  ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତ  ସମେତ ଏଡିଜେ ଅଦାଲତ, ସିଜେଏମଙ୍କ ଅଦାଲତ, ଏସଡ଼ିଜେଏମ୍ ଙ୍କ ଅଦାଲତ,  ଜେଏମଏଫସି -୧ ଓ ଜେଏମଏଫସି-୨ଙ୍କ ଅଦାଲତ,ସିଭିଲ ଜଜ ଜୁନିଅର ଓ ସିଭିଲ ଜଜ ସିନିଅର ଙ୍କ ଅଦାଲତ, ରେଜିଷ୍ଟ୍ରାର କୋର୍ଟ  ଆଦି  ଅଦାଲତ  କାର୍ଯ୍ୟ କରିବ ବୋଲି  କୋର୍ଟ ମ୍ୟାନେଜର ମାନମିିିତ ସିଂ ଗଣମାଧ୍ୟମକୁ ସୂଚନା  ଦେଇଛନ୍ତି ।

Comments are closed.