ପାରାଦୀପ କାଲସିନର କାର୍ବନ ଫ୍ୟାକ୍ଟ୍ରିକୁ ସିଲ୍‌ କଲା ପ୍ରଶାସନ

ପାରାଦୀପ: ପାରାଦୀପସ୍ଥିତ କାଲସିନର କାର୍ବନ ଫ୍ୟାକ୍ଟ୍ରିକୁ ଜିଲା ପ୍ରଶାସନ ଶୁକ୍ରବାର ସିଲ୍‌ କରିଦେଇଛି। ଗତ ଗୁରୁବାର ଶ୍ରମିକ ଦୁର୍ଘଟଣା ହେବା ପରେ କମ୍ପାନୀ ଭିତରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସାମାଜିକ ଦୂରତା ବଜାୟ ନ ରଖିବା ଓ ଅଧିକ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରୁଥିବା ଅଭିଯୋଗ ହେବା ପରେ ଜିଲା ପ୍ରଶାସନ କମ୍ପାନୀକୁ ବନ୍ଦ କରିଛି। ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁ ଚରଣ ଧୀରଙ୍କ ନିର୍ଦ୍ଦେଶକ୍ରମେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର ଓ ଲକଥାନା ଅଧିକାରୀ ପ୍ରଭାସ କୁମାର ସାହୁ କମ୍ପାନୀକୁ ସିଲ୍ କରିଥିବା ଜଣାପଡିଛି। କୋରୋନାକୁ ଦୃଷ୍ଟିରେ ରଖି ସବୁ କମ୍ପାନୀଗୁଡିକୁ କମ୍ ଲୋକଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ପାରାଦୀପ ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି।

Comments are closed.