ବସ୍ତିବାସିନ୍ଦାଙ୍କୁ ରେସନ ଓ ସାନିଟାଇଜର ସାମଗ୍ରୀ ବିତରଣ

ଭୁବନେଶ୍ୱର: କରୋନା ଭାଇରସ ପ୍ରକୋପ ଓ ଲକ୍‌ଡାଉନ୍‌ ସମୟରେ ବସ୍ତିରେ ବସବାସ କରୁଥିବା ଶ୍ରମିକଶ୍ରେଣୀ, ଦିନ ମଜୁରିଆ, ନିରାଶ୍ରୟ ମହିଳା, ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା, କ୍ଷୁଦ୍ର ବ୍ୟବସାୟୀ, ଘରୋଇ ପରିଚାରିକା, କୋଠାବାଡିରେ କାମ କରୁଥିବା ଶ୍ରମିକ, ମିସ୍ତ୍ରୀ ଓ ଦୁସ୍ଥ ପରିବାରକୁ ମାସ୍କ ଓ ସାନିଟାଇଜର ବିତରଣ କରାଯାଇଛି। ଆକ୍ସନ୍ଏଡ୍, ଗିଭ୍ ଇଣ୍ଡିଆ, ହାଲୋ ଓ ସିସିଡବ୍ଲୁଡି ତରଫରୁ ବିଏମ୍‌ସିର ୧୧ଟି ବସ୍ତି ଅଞ୍ଚଳରେ ୨୯୦୨ ପରିବାରଙ୍କୁ ଆବଶ୍ୟକୀୟ ରେସନ ଓ ସାନିଟାଇଜର ସାମଗ୍ରୀ ବିତରଣ କରାଯାଇଛି। ବିଶେଷ କରି ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାରକୁ ମଧ୍ୟ ଧ୍ୟାନ ପ୍ରଦାନ କରାଯାଇଛି। ଏହି ବିତରଣ କାର୍ଯ୍ୟକ୍ରମରେ ଆକ୍ସନ୍ଏଡ୍‌ର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର, ଶୁଭେନ୍ଦୁ ରାୟ, ବି.ଏନ୍. ଦୁର୍ଗା, ଅର୍ଜୁନ ଦିଗଲ, ଶ୍ୟାମସୁନ୍ଦର ପାଲ ଓ ସିସିଡବ୍ଲୁଡିର ସମ୍ପାଦକ ସଦାଶିବ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.