ଖବରକାଗଜ ବିତରକମାନଙ୍କୁ ଫଳ ବଣ୍ଟନ

ଚୌଦ୍ୱାର : ସମାଜ ତରଫରୁ ଆରମ୍ଭ କରାଯାଇଥିବା ସେବା ଓ ସେବକ ସପ୍ତାହ ପାଳନ ଅବସରରେ ଚୌଦ୍ୱାର ଅଞ୍ଚଳରେ କାର୍ଯ୍ୟରତ ଖବରକାଗଜ ବିତରକ ମାନଙ୍କୁ ଫଳ ଓ ଜଳଖିଆ ପ୍ରଦାନ କରାଯାଇଛି ।ଖରା ବର୍ଷା, ଶୀତ କାକର, ଅଭାବ ଅସୁବିଧା ତଥା ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ପ୍ରତିଦିନ ଲୋକ ମାନଙ୍କ ପାଖରେ ଖବର କାଗଜ ପହଞ୍ଚାଇବା ଭଳି ମହତ୍‌ କାର୍ଯ୍ୟରେ ସର୍ବଦା ବ୍ରତୀ ରହିଥିବା ଏହି ବିତରକ ମାନଙ୍କୁ ସମ୍ମାନ ପ୍ରଦାନ ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ଚୌଦ୍ୱାରରେ ‘ସମାଜ’ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସମାଜ ପ୍ରତିନିଧି ରମେଶ ଚନ୍ଦ୍ର ସାମଲଙ୍କ ତତ୍ୱାବଧାନରେ ମଙ୍ଗଳବାର ସକାଳେ ମଙ୍ଗୁଳି ଛକ ନିକଟରେ ଚୌଦ୍ୱାର ଅଞ୍ଚଳର ଖବରକାଗଜ ବିତରକ ମାନଙ୍କୁ ସ୍ୱାଗତ କରାଯିବା ସହିତ ସେମାନଙ୍କୁ ଫଳ ଓ ଜଳଖିଆ ପ୍ୟାକେଟ ପ୍ରଦାନ କରାଯାଇଥିଲା ।ଗୋପବଂଧୁଙ୍କ ‘ସତ୍ୟବାଦୀ’ ପତ୍ରିକାର ଏଜେଣ୍ଟ ସୋମନାଥ ହୋତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments are closed.