ବନ୍ଦେ ମାତରଂ ୱାଲକେର କ୍ଲବ ତରଫରୁ ଗରିବ ମାନଙ୍କୁ ଶୀତବସ୍ତ୍ର, କମ୍ବଳ,ଖାଦ୍ୟ ପ୍ୟାକେଟ ବଣ୍ଟନ

ନବରଙ୍ଗପୁର : ନବରଙ୍ଗପୁର ବନ୍ଦେ ମାତରଂ ୱାଲକେର କ୍ଲବ  ତରଫରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗରିବ ଲୋକଙ୍କୁ ଶୀତବସ୍ତ୍ର, କମ୍ବଳ,ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି।
ଆଜି ପବିତ୍ର କାର୍ତିକ ପୁର୍ଣିମା ଅବସରରେ ପ୍ରତ୍ୟେକ ମନ୍ଦିର ମାନଙ୍କରେ ଭିଡ଼ ଲାଗି ରହିଥିବା ବେଳେ ମନ୍ଦିର ବେଡା ମାନଙ୍କରେ ଗରିବ ଭିକ୍ଷୁକମାନେ ବସିରହିଥିବା ବେଳେ ନବରଙ୍ଗପୁର ବନ୍ଦେ ମାତରଂ ୱାଲକେର କ୍ଲବ ସଦସ୍ୟ ମାନେ ମନ୍ଦିର ସବୁ ବୁଲି ଗରିବ ଅସହାୟ ଲୋକଙ୍କୁ  ଶୀତବସ୍ତ୍ର, କମ୍ବଳ ଓ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା | କ୍ଲବର ପ୍ରସାଦ ରାଓ, ବଳରାମ ଚୁଆଲସିଂ, ଟି ନନ୍ଦିକିଶୋର ରାଓ, ପଦ୍ମନାଭ ମିଶ୍ର, ବିଦ୍ୟା ତ୍ରିପାଠୀ, ବିରେନ୍ଦ୍ର ନାୟକ, ବିଷ୍ଣୁ ପ୍ରସାଦ ମହାପାତ୍ର, ଦିଲ୍ଲୀପ କୁମାର ଦାସ, ସଂଯୁକ୍ତା  ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.