ତାଲାବନ୍ଦରେ ସହାୟତା: ଅସହାୟ ଓ ଦିବ୍ୟାଙ୍ଗଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର: କରୋନା କଟକଣା ସହିତ ତାଲାବନ୍ଦ ସମୟରେ ଗରିବ ଅସହାୟ,ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ସାଧାରଣ ଚଳଣୀ ମଧ୍ୟ ଖୁବ୍ କଷ୍ଟକର ହୋଇପଡିଲାଣି। ସେମାନେ କିଭଳି ଭୋକଓପାସରେ ନ ରହିବେ ସେଥିପାଇଁ ଅନେକ ସହାୟତା ଓ ସହଯୋଗର ହାତ ବଢ଼ାଇଛନ୍ତି। ଏହି ପରିପ୍ରେକ୍ଷୀରେ ‘ସାଧୁତା ନ୍ୟୁଜ୍’ ତରଫରୁ ଏକ ଛୋଟ ପ୍ରୟାସ ଆରମ୍ଭ କରାଯାଇଛି, ଯେଉଁଥିରେ ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। ଭୁବନେଶ୍ୱର ବାଣୀବିହାର ଆଖଣ୍ଡଳମଣୀ ମନ୍ଦିର ବସ୍ତିରେ ଆଜି ସାଧୁତା ନ୍ୟୁଜ୍ ତରଫରୁ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗରିବ ଅସହାୟ ବ୍ୟକ୍ତିଙ୍କୁ ଆଜି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଆଜି ଖାଦ୍ୟବଣ୍ଟନ କାର୍ଯ୍ୟକ୍ରମରେରେ ବିଜେଡିର ସାଧାରଣ ସମ୍ପାଦକ ଭୋଳାନାଥ ମହାରଣା ଯୋଗଦେଇଥିଲେ।


ଏହି ପ୍ରୟାସଟିକୁ ବିଧାୟକଙ୍କ ପରାମର୍ଶ କର୍ମେ ସାଧୁତା ନ୍ୟୁଜ୍‌ର କର୍ମକର୍ତ୍ତା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ସୁଖିଲା ଖାଦ୍ୟରେ ଦିଆଯାଉଛି ଚାଉଳ, ଅଟା, ଡାଲି, ସୁଜି, ଚିନି, ଆଳୁ,ପିଆ, ଖାଇବାତେଲ, ସାନିଟାଇଜର, ମାକ୍ସ ଇତ୍ୟାଦି ସାମଗ୍ରୀ ଅସହାୟ ବ୍ୟକ୍ତି ମାନଙ୍କୁ ଦିଆଯାଉଛି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ୨ ଟି ସ୍ଥାନରେ କରା ଯାଇଛି।

Comments are closed.