ହିନ୍ଦୁ ଦେବତାଙ୍କୁ ଅସମ୍ମାନ, ବିବାଦରେ ପପ୍‌ ଷ୍ଟାର ରିଆନା

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସପକ୍ଷରେ ଟ୍ବିଟ୍‌ କରି ବିବାଦରେ ଛନ୍ଦି ହୋଇଥିବା ପପ୍‌ ଷ୍ଟାର ରିଆନାଙ୍କ ବିରୋଧରେ ଏବେ ହିନ୍ଦୁ ଦେବତାଙ୍କୁ ଅସମ୍ମାନ କରିବା ଅଭିଯୋଗ ହୋଇଛି। ରିଆନା ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି; ଯେଉଁଥିରେ ତାଙ୍କୁ ଫୁଙ୍ଗୁଳା ଶରୀରରେ ଗଣେଶଙ୍କର ଏକ ଲକେଟ ପିନ୍ଧିଥିବା ଅବସ୍ଥାରେ ଦେଖାଯାଉଛି। ଏଥିରେ ସେ ଏକ ବାଇଗଣୀ ରଙ୍ଗର ଛୋଟ ପ୍ୟାଣ୍ଟ ପିନ୍ଧିଥିବାବେଳେ ତାଙ୍କ ପେଟ ଉପରେ ସମାନ ରଙ୍ଗର ଗଣେଶଙ୍କ ଲକେଟ ଝୁଲୁଛି। ରିଆନା ଏକ ଅନ୍ତର୍ବସ୍ତ୍ର କମ୍ପାନୀ ପାଇଁ ବିଜ୍ଞାପନ ଉଦ୍ଦେଶ୍ୟରେ ଏହି ଫଟୋ ଉଠାଇଥିଲେ। ଏହି ଫଟୋ ପ୍ରସାରିତ ହେବା ପରେ ରିଆନାଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କର ଭାରତୀୟ ପ୍ରଶଂସକମାନେ ମଧ୍ୟ ଏହାର ସମାଲୋଚନା କରିଛନ୍ତି।

ଏହି ପ୍ରସଙ୍ଗରେ ବିଜେପି ନେତା ରାମ କଦମ କହିଛନ୍ତି ଯେ ଏପରି ଫଟୋ ଦେଖିବା ଭୟାବହ। ରିଆନା ଆମ ଭଗବାନଙ୍କୁ ଅପମାନ କରିଥିବାରୁ ତାଙ୍କ ମନରେ ଭାରତୀୟ ସଂସ୍କୃତି, ପରମ୍ପରା ପ୍ରତି ସମ୍ମାନ ନ ଥିବା ଓ ସେ ଭାରତର ବିଭିନ୍ନ ପ୍ରସଙ୍ଗକୁ ବୁଝୁ ନ ଥିବା ସ୍ପଷ୍ଟ।

Comments are closed.