ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ

ଫୁଲବାଣୀ: କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ଼ ବ୍ଳକରେ ଆଜି ଏଜ ଜଙ୍ଗଲ ଜମିକୁ ନେଇ ୨ ଗ୍ରାମ କେସରାଗୁଡ଼ା ଓ ମଦାଙ୍ଗି ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୯ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କୋଟଗଡ଼ ଓ ବାଲିଗୁଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‍, ବ୍ଳକ ଓ ତହସିଲ୍‍ ବିଭାଗ ପହଞ୍ଚିଥିଲେ।

ଖବର ପ୍ରକାରେ, କେସରାଗୁଡ଼ା ଗ୍ରାମବାସୀମାନେ ଦୀର୍ଘବର୍ଷ ହେଲା ଏକ ଜଙ୍ଗଲ ଜମିକୁ ନିଜ ଅକ୍ତିଆରରେ ରଖିଥିଲେ ମଧ୍ୟ ଗତ କିଛିଦିନ ହେଲା ମଦାଙ୍ଗି ଗ୍ରାମର କିଛି ଲୋକ ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରିଥିଲେ। ଏହି ଘଟଣାକୁ ନେଇ ଗତ କିଛିଦିନ ହେଲା ଉଭୟ ଗ୍ରାମ ମଧ୍ୟରେ ଅଶାନ୍ତି କୁହୁଲୁଥିବା ବେଳେଆଜି ଏହା ଉଗ୍ରରୁପ ଧାରଣ କରିଥିଲା। ମଦାଙ୍ଗି ଗ୍ରାମ ନିକଟରେ ଉଭୟ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୭ଜଣ ଆହତ ହୋଇଥିଲେ। ଖବର ପାଇ କୋଟଗଡ଼ ଥାନା ଅଧିକାରୀ ହରମୋହନ ନାୟକ, ସେକେଣ୍ଟ ଅଫିସର ନିଳାଞ୍ଜଳ ସେନାପତି ଓ ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ୍‍ ସହିତ ଏକ ପ୍ଳାଟୁନ୍‍ ପୋଲିସ୍‍ ଫୋର୍ସ ପହଞ୍ଚି ବୁଝାସୁଝା କରିଥିବା ବେଳେ ଘଟଣା ସ୍ଥଳରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳି ବିଧାୟକ ଚକ୍ରମଣି କହଁର, କୋଟଗଡ଼ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ତହସିଲ୍‍ଦାର ଲକ୍ଷ୍ମୀ ନାରାୟଣ ସାହୁ ଓ ବନ ବିଭାଗର କର୍ମଚାରୀମାନେ ମଧ୍ୟ ପହଞ୍ଚି ବୁଝାସୁଝା କରିଥିଲେ। ଉଭୟ ଗୋଷ୍ଠୀର ମୁଖିଆମାନଙ୍କୁ ଥାନାକୁ ଡ଼କାଯାଇ ଆଲେଚାନା କରାଯାଇଥିବା ବେଳେ ରିପୋର୍ଟ ଲେଖାହେବା ସୁଦ୍ଧା ପରିସ୍ଥିତି ଶାନ୍ତ ଅଛି। ଅନ୍ୟପକ୍ଷରେ ଉଭୟ ଗ୍ରାମ ଉପରେ ପୁଲିସ୍‍ କଡ଼ା ନଜର ରଖି ବ୍ୟାପକ ପେଟ୍ରୋଲିଂ ଆରମ୍ଭ କରିଥିବା ପ୍ରକାଶ।

Comments are closed.