ଓଡ଼ିଶା କ୍ୟାଡର ଆଇଏଏସ୍‌ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା‌

ନୂଆଦିଲ୍ଲୀ : କେନ୍ଦ୍ର ପୁଞ୍ଜି ବି-ନିବେଶ ସଚିବ ତଥା ଓଡ଼ିଶା କ୍ୟାଡେର ଆଇଏଏସ୍ ତୁହିନ କାନ୍ତ ପାଣ୍ଡେ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡିଛି ।

ମିିଳିଥିବା ସୂଚନା ମୁତାବକ ଆଇଏଏସ ତୁହିନ କାନ୍ତ ପାଣ୍ଡେଙ୍କ ଠାରେ ସାମାନ୍ୟ କରୋନା ଲକ୍ଷଣ ତଥା ତାଙ୍କୁ ଜ୍ୱର ହେବାରୁ ସେ ନିଜର କୋଭିଡ ପରୀକ୍ଷା କରାଇଥିଲେ । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏହାପରେ ଡିପାର୍ଟେମେଂଟ ଅଫ୍ ଇନ୍‌ଭେଷ୍ଟମେଂଟ ଆଣ୍ଡ ପବ୍ଲିକ ଆସେଟ୍ ମ୍ୟାନେଜମେଣ୍ଟର ଅନ୍ୟ ସଚିବଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ସେପଟେ ପୁରା ଡିପାର୍ଟମେଣ୍ଟ ଏବଂ ସିଜିଓ କମ୍ଲେକ୍ସକୁ ସିଲ୍ କରାଯାଇ ସାନିଟାଇଜ କରାଯାଇଥିବା ଜଣାପଡିଛି । ଯେଉଁମାନେ ତୁହିନ କାନ୍ତ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ସୂଚନାଯୋଗ୍ୟ ୧୯୮୭ ମସିହା ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ । ସେ ପୂର୍ବରୁ ରାଜ୍ୟ ରାଜ୍ୟ ଅର୍ଥ ସଚିବ, ଆବାସିକ କମିଶନର ଥିଲେ । ଏହାପରେ କେନ୍ଦ୍ରୀୟ ଡେପୁଟେସନ ତୁହିନକାନ୍ତ କେନ୍ଦ୍ର ପୁଞ୍ଜି ବି-ନିବେଶ ବିଭାଗରେ ସଚିବ ଭାବେ କାର୍ଯ୍ୟରତ ରହିଛନ୍ତି ।

Comments are closed.