ସରକାର ନ ବୁଝିଲେ ନଭେମ୍ବର ୧୬ରୁ ଘରୋଇ ବସ୍‍ ଚଳାଚଳ ବନ୍ଦ

ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ତେଲ ଦର କମ୍‍ କରିବା ପାଇଁ ଘରୋଇ ବସ୍‍ ମାଲିକ ସଂଘ ଦାବି କରିଛି। ଏହାଛଡା ତେଲ ଦର ବୃଦ୍ଧି ଯୋଗୁ ରାଜ୍ୟରେ ଘରୋଇ ବସ୍‍ କ୍ଷତିରେ ଚାଲୁଛି। ଏଥିପାଇଁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଇଛି ଘରୋଇ ବସ୍‍ ମାଲିକ ସଂଘ। ଯଦି ସେହି ସମୟ ମଧ୍ୟରେ ତେଲ ଦର ନ କମିଲେ ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍‍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍‍ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।

ଆଜି ରାଜ୍ୟ ଘରୋଇ ବସ୍‍ ସଂଘ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମ୍ପାଦକ ଶ୍ରୀ ସାହୁ କହିଛନ୍ତି, ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷର ଦାମ୍‍ ବୃଦ୍ଧି ଯୋଗୁ ବସଗୁଡ଼ିକ କ୍ଷତିରେ ଚାଲିଛି। ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ରହିଛି। ସରକାର ତେଲ ଦାମ୍‍ କମ୍‍ କରିବା ସହ ଟ୍ୟାକ୍ସ କମ୍‍ କରନ୍ତୁ।

Comments are closed.