ଅଗ୍ନିପଥ ଯୋଜନାକୁ ନେଇ ଆଲୋଚନାଚକ୍ର

ସମ୍ବଲପୁର :  ବଜରଙ୍ଗ ଦଳ ସମ୍ବଲପୁର ତରଫରୁ ଅଗ୍ନିପଥ ଯୋଜନା ବିଷୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ରବିବାର ସ୍ଥାନୀୟ ସାର୍ବଜନୀନ ପାଠାଗାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ କର୍ଣ୍ଣେଲ ପ୍ରଭାତ ପଣ୍ଡା, ପ୍ରଦୀପ ବହିଦାର ଓ ଡା. ରାଜକୁମାର ବଡପଣ୍ଡା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଅଗ୍ନିପଥ ଯୋଜନା ବାବଦରେ କର୍ଣ୍ଣେଲ ପଣ୍ଡା ବିସ୍ତୃତ ବର୍ଣ୍ଣନା କରିବା ସହିତ ଏହି ଯୋଜନାକୁ କଣ ପାଇଁ ବିରୋଧ କରାଯାଉଛି, ତାହାର କାରଣ ସର୍ମ୍ପକରେ ମଧ୍ୟ କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୭ଟି ମହାବିଦ୍ୟାଳୟର ଛାତ୍ର ମାନେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଜରିଆରେ ମନର ସନ୍ଦେହ ଦୂର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜୀବ ଶତପଥୀ, ମନୋଜ ଦାସ, ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଫକୀର ଜାଲ ବ୍ୟକ୍ତିଗତ ଦେଶାତ୍ମକବୋଧ ଗୀତ ଗାନ କରିଥିଲେ। ଆଲୋଚନା ଚକ୍ରକୁ ଆୟୋଜନ ଓ ପରିଚାଳନାରେ ଆଦିତ୍ୟ ପୁରୋହିତ, ଜୟନ୍ତ ମହାପାତ୍ର, ବିଶ୍ୱଜିତ ବାରିକ, ଶେଖର ସ୍ୱାମୀ, ଆକାଶ ସାହୁ, ଚିନ୍ମୟ ଦାସ, ସାସ୍ୱତ ମହାପାତ୍ର, ଶୁଶୀଳ ମହାରଣା, କୁନ୍ଦନ ପ୍ରଧାନ, ଆୟୁଷ ମହାରଣା, ବିକାଶ ମାଣ୍ଡେ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।

Comments are closed.