ଦେଓଗାଁ ସେବା ସମବାୟ ସମିତିର ଡାଇରେକ୍ଟର ନିର୍ବାଚନ

ଆନନ୍ଦପୁର: ଘଷିପୁରା ବ୍ଲକ ଅନ୍ତର୍ଗତ ଦେଓଗାଁ ସେବା ସମବାୟ ସମିତିର ଡାଇରେକ୍ଟର ନିର୍ବାଚନ ପକ୍ରିୟା ବୁଧବାର ସମ୍ପନ୍ନ ହୋଇଛି । ଏଥିରେ ୧୩ ଜଣ ଡାଇରେକ୍ଟର ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ସେବା ସମବାୟ ସମିତିର ୭ନଂ ଜୋନରୁ ରମାକାନ୍ତ ବଳ ନିର୍ବାଚିତ ହୋଇଥିବା ବେଳେ ୨ ନଂ ଜୋନରୁ ବ୍ରଜ କିଶୋର ବଳ, ୪ନଂ ଜୋନ ପାଇଁ ସନାତନ ଜେନା, ୮ନଂ ଜୋନ ପାଇଁ ସୁରେନ୍ଦ୍ର ସିଂ, ୫ ନଂ ଜୋନ ପାଇଁ ବିଦ୍ୟାଧର ସାହୁ ନିର୍ବାଚିତ ହୋଇଛନ୍ତି। ସେହିପରି ୬ନଂ ଜୋନ ପାଇଁ ନାରାୟଣ ସାହୁ, ୭ ନଂ ଜୋନ ପାଇଁ ରସାନନ୍ଦ ଜେନା, ୩ ନଂ ଜୋନ ପାଇଁ ଭାଗବନ୍ ପାଣିଗ୍ରାହୀ, ୧୪ନଂ ଜୋନ ପାଇଁ ଅନନ୍ତ କୁମାର ଜେନା, ୧୦ ନଂ ଜୋନ ପାଇଁ ସାବିତ୍ରୀ ଭୁଆଁ, ୧୧ନଂ ଜୋନ ପାଇଁ ଅନିତା ଜେନା, ୧୨ନଂ ଜୋନ ପାଇଁ ଅମ୍ବିକା ଜେନା ଓ ୧୩ ନଂ ଜୋନ ପାଇଁ ସନ୍ତୋଷ ଜେନା ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ଡାଇରେକ୍ଟରମାନଙ୍କୁ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଶୁଭେଚ୍ଛା ଜଣାଇଛନ୍ତି।

Comments are closed.