ଆସନ୍ତା ମାସରୁ ଆରମ୍ଭ ହେବ ଭାରତ-ମାଳଦ୍ୱୀପ ଜଳପଥ ପରିବହନ ସେବା

ଆସନ୍ତା ମାସରୁ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସିଧାସଳଖ ଜଳପଥରେ ପରିବହନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଳଦ୍ୱୀପ ଗସ୍ତ ସମୟରେ ଏନେଇ ସହମତି ପ୍ରକାଶ ପାଇଥିଲା। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କୋଚିନ୍‍ ଏବଂ ଟୁଟିକୋରିନ୍‍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ହେବ।

ଗତବର୍ଷ ଯାତ୍ରୀ ଏବଂ ସାମଗ୍ରୀ ପରିବହନ ପାଇଁ ଉଭୟ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ସେବାରେ ୩ ହଜାର ମେଟ୍ରିକ୍‍ ଟନ୍‍ ସାମଗ୍ରୀ ପରିବହନ କରାଯାଇପାରିବ ବୋଲି କୁହାଯାଇଛି। ଏଥିରେ ଫଳ, ପନିପରିବା, ଖାଦ୍ୟଶସ୍ୟ, ବୈଦ୍ୟୁତିକ ଯନ୍ତ୍ରପାତି, ଔଷଧ, ନିର୍ମାଣ ସାମଗ୍ରୀ ଆଦି ପରିବହନ କରାଯିବ ବୋଲି ଜଣାପଡ଼ିଛି।

Comments are closed.