ଭୁବନେଶ୍ୱର-କାଠମାଣ୍ଡୁ ବିମାନସେବା ଚଳାଚଳ କରୁ

କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦ ଅମରଙ୍କ ଚିଠି

ନୂଆଦିଲ୍ଲୀ : ଭୁବନେଶ୍ୱରରୁ ନେପାଳର ରାଜଧାନୀ କାଠମାଣ୍ଡୁ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ସେବା ଆରମ୍ଭ ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଚିଠି ଲେଖିଛନ୍ତି। ଚିଠିରେ ସାଂସଦ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସାତ ହଜାରରୁ ଊର୍ଦ୍ଧ୍ବ ନୋପାଳୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଓଡ଼ିଶା ଏବଂ ନେପାଳ ମଧ୍ୟରେ ନିବିଡ଼ ସଂସ୍କୃତିକ, ଧାର୍ମିକ ଏବଂ ଐତିହାସିକ ସମ୍ପର୍କ ରହିଛି। ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କୁ ନେପାଳ ଶଙ୍କରାଚାର୍ଯ୍ୟ ଭାବେ ମାନ୍ୟତା ମିଳିଛି। ତେଣୁ ଲିଙ୍ଗରାଜ ପୀଠ ଭୂବନେଶ୍ୱରରୁ ପଶୁପତିନାଥ ପୀଠ କାଠମାଣ୍ଡୁ ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ କରିବା ନିମନ୍ତେ ଡ଼ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି।

Comments are closed.