ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ: ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର : ଗୁଜୁରାଟର ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଖୁସିଖବର। ନୂଆବର୍ଷରୁ ବା ଆସନ୍ତା ୨୦୨୦ ଜାନୁଆରୀ ପହିଲାରୁ ଭୁବନେଶ୍ୱରରୁ ସୁରଟକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ । ‘ଏୟାର ଇଣ୍ଡିଆ’ର ଏହି ବିମାନ ସପ୍ତାହକୁ ୩ ଦିନ ଉଡିବ। ଏନେଇ ଗୁରୁବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ଦୀର୍ଘ ଦିନ ହେବ ଏନେଇ ଦାବି କରୁଥିଲା । ଏହାକୁ ପୂରଣ କରିଥିବାରୁ ସାଂସଦ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ହରଦ୍ୱୀପ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.