ବିବାହ ପାଇଁ ଇଟାଲୀ ଗଲେ ଦୀପବୀର

0

ମୁମ୍ବଇ : ବଲିଉଡର ଚର୍ଚ୍ଚିତ ଯୋଡି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହକୁ ନେଇ ଆଲୋଚନା ଜୋର ଧରିଛି। ଇତି ମଧ୍ୟରେ ମୁମ୍ବାଇ ଏୟାରପୋର୍ଟରୁ ଏହି ବଲିଉଡ କଳାକାର ନିଜ ନିଜର ପରିବାରଙ୍କୁ ସାଥିରେ ଧରି ଇଟାଲୀ ଯାଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ଦୀପିକା ଓ ରଣବୀର ଉଭୟ ଧଳା ପୋଷାକରେ ନଜର ଆସିଥିଲେ। ମିଳିଥିବା ସୂଚନା ଅନୁସାରେ ନଭେମ୍ବର ୧୪ ତାରିଖରେ ଦକ୍ଷିଣ ଭାରତର ରୀତି ନୀତି ଅନୁସାରେ ବିବାହ କରିବେ। ସେହିପରି ନଭେମ୍ବର ୧୫ ତାରିଖରେ ସିନ୍ଧିି ରୀତି ନୀତି ଅନୁସାରେ ବିବାହ କରିବେ। କାରଣ ଦୀପିକା ଦକ୍ଷିଣ ଭାରତୀୟ ଏବଂ ରଣବୀର ସିନ୍ଧି ହୋଇଥିବାରୁ ଏପରି ବିବାହ କରିବାପାଇଁ ଯୋଜନା ରହିଛି। ଡିଜାଇନର ସବ୍ୟସାଚି ମୁଖାର୍ଜୀଙ୍କ ପୋଷାକ ପିନ୍ଧି ଦୀପିକା ଓ ରଣବୀର ବିବାହ କରିବେ ବୋଲି ଜଣାପଡିଛି। କିଛିଦିନ ପୂର୍ବରୁ ଦୀପିକାଙ୍କ ଘରେ ନନ୍ଦି ପୂଜା କରିବା ସହ ରଣବୀରଙ୍କ ଘରେ ହଳଦି ରସମ କରାଯାଇଥିଲା। ଦୁହେଁ ଇଟାଲୀର କେମୋ ହ୍ରଦ ନିକଟରେ ବିବାହ କରିବାକୁ ଆୟୋଜନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବିବାହରେ ଯୋଗ ଦେବାକୁ ଥିବା ସମସ୍ତ ଅତିଥି ଗୋଟିଏ ରଙ୍ଗର ପୋଷାକ ପିନ୍ଦିବାର ବ୍ୟବସ୍ଥା କରାଯାଇଛି।

Leave A Reply