ମହାରାଷ୍ଟ୍ର ଦୀପାଳି ଚୌହାନ ଆତ୍ମହତ୍ୟା ଘଟଣାରେ ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀ ନିଲମ୍ବିତ

ମହାରାଷ୍ଟ୍ର ସରକାର ରାଜ୍ୟର ଜଙ୍ଗଲ ଅଫିସର ଦୀପାଳି ଚୌହାନଙ୍କ ଆତ୍ମହତ୍ୟା ଘଟଣାରେ ମେଲଘାଟ ସଂରକ୍ଷିତ ଜଙ୍ଗଲ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀଙ୍କୁ ନିଲମ୍ବନ କରିଛନ୍ତି। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଯଶୋମତୀ ଠାକୁର ମୁଖ୍ୟମନ୍ତ୍ରୀ ଉଧବ ଠାକରେଙ୍କୁ ଆଜି ଅପରାହ୍ଣରେ ସାକ୍ଷାତ କରି ଅପରାଧିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ ସେ କହିଛନ୍ତି, ସମ୍ପୃକ୍ତ ଅଫିସର ଯଦି ଠିକ୍‍ ସମୟରେ ବିନୋଦ ଶିବକୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ତେବେ ସେହି ମହିଳା ଜଙ୍ଗଲ ଅଧିକାରୀଙ୍କ ଜୀବନ ରକ୍ଷା କରାଯାଇ ପାରିଥାନ୍ତା।

ଦୀପାଳି ଚୌହାନଙ୍କ ଉପରିସ୍ଥ ଅଫିସରମାନେ ତାଙ୍କ ଅଭିଯୋଗକୁ ଉପେକ୍ଷା କରିଥିବାରୁ ମନ୍ତ୍ରୀ ଏହା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଜଙ୍ଗଲ ଅଧିକାରୀ ଦୀପାଳି ଚୌହାନ ଗତ ସପ୍ତାହରେ ତାଙ୍କର ସର୍ଭିସ୍‍ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।

Comments are closed.