ବାଜପେୟୀଜୀଙ୍କ ମହାପ୍ରୟାଣରେ ସମୂହ ଦୀପଦାନ

0

ସୁଆଣ୍ଡୋ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଗୁରୁବାର ଦିନ ମହାପ୍ରୟାଣ ଘଟିଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସତ୍ୟବାଦୀ ସାକ୍ଷୀଗୋପୀନାଥ ମନ୍ଦିର ଆଗରେ ଥିବା ଅରୁଣ ସ୍ତମ୍ଭ ନିକଟରେ ସମୂହ ଦୀପଦାନ କରାଯାଇଛି। ବ୍ଲକ ଭାଜପା ମଣ୍ଡଳର କର୍ମକର୍ତ୍ତା , ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀ, ସ୍ଥାନୀୟ ବୟସ୍କ ବ୍ୟକ୍ତି ଓ ଯୁବକମାନେ ସ୍ଵର୍ଗତଃ ଆତ୍ମାର ସଦଗତି ପାଇଁ ସମୂହ ଦୀପଦାନ କରିଥିଲେ ।

Leave A Reply