ସିଡ଼ିଏସ ବିପିନ ରାୱତଙ୍କ ନିମନ୍ତେ ଦୀପଦାନ

ସାକ୍ଷୀଗୋପାଳ :  ରାଷ୍ଟ୍ରର ପ୍ରଥମ ସିଡ଼ିଏସ ବିପିନ  ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଅଛି । ରାଷ୍ଟ୍ରର ଏହି ଅମର ଯୋଦ୍ଧାଙ୍କ ସମେତ ମୃତ୍ୟୁ ବରଣ କରିଥିବା ସମସ୍ତ ଯୋଦ୍ଧାଙ୍କ  ଅମର ଆତ୍ମାର ସଦଗତି ନିମନ୍ତେ ବୁଧବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ ଓ ୨ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଅଶୋକ ବେହେରା, ତୁଷାର ରଞ୍ଜନ ନାୟକ, ନିରଞ୍ଜନ ମିଶ୍ର, ବିଦ୍ୟାଧର ଜେନା,  ପୂର୍ଣାନନ୍ଦ ତ୍ରିପାଠୀ ଓ ସୁଶାନ୍ତ କୁମାର ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Comments are closed.