କଡାକଡି ହେବ ଦୀପାବଳି କଟକଣା, ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଆଉ ମାତ୍ର ଗୋଟିଏ ଦିନ ପରେ ଦୀପାବଳି ପର୍ବ ପାଳନ ହେବାକୁ ଥିବାରୁ ରାଜ୍ୟରେ କିଭଳି ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ପାଳନ ହୋଇପାରିବ, ସେ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସପି ଏବଂ ପୁଲିସ କମିସନରଙ୍କୁ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, କେବଳ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ ଦ୍ୱାରା ପ୍ରମାଣିତ ହୋଇଥିବା ବାଣ ବିକ୍ରି ହେବ ଓ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବିକ୍ରେତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରବେଶ ଅନୁକୂଳ ସବୁଜ ବାଣ ବିକ୍ରି ପାଇଁ କୌଣସି ବ୍ୟବସାୟୀ କିମ୍ବା ଖୁଚୁରା ବ୍ୟବସାୟୀଙ୍କୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ କିମ୍ବା ପୁଲିସ କମିଶନରଙ୍କଠାରୁ ବିକ୍ରୟ ପାଇଁ ବୈଧ ଲାଇସେନ୍ସ ନେବାକୁ ପଡିବ। ଶ୍ରୀ ମହାପାତ୍ର ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାସ୍ତା ଏବଂ ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇବାକୁ ଅନୁମତି ଦିଆଯିବ ନାହିଁ।

Comments are closed.