ଦୀପାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ଭୁବନେଶ୍ୱର : କର୍କଟ ରୋଗରେ ପୀଡ଼ିତ ଥିବା ଆଲବମ୍‍ କୁଇନ ଦୀପା ସାହୁ ଏବେ ସୁସ୍ଥ ଅଛନ୍ତି। ପୂର୍ବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଏବେ ସେ ଏମ୍‌ସରୁ ଫେରି ନିଜ ଘରେ ଅଛନ୍ତି। ଏହାବ୍ୟତୀତ ଚିକିତ୍ସା ନିମନ୍ତେ ଓଡ଼ିଶା ଷ୍ଟେଟ ଟ୍ରିଟମେଣ୍ଟ ଫଣ୍ଡ(ଓଏସ୍‍ଟିଏଫ)ରୁ ତାଙ୍କୁ ଦୁଇ ଲକ୍ଷ ଟଙ୍କ ସହାୟତା ମିଳିଥିବା ସୂଚନା ଦେଇଛନ୍ତି ଅଭିନେତା ଅଖିଳ ପଟ୍ଟନାୟକ। ଅଭିନେତ୍ରୀ ଦୀପା କର୍କଟ ରୋଗରେ ପୀଡ଼ିତ ଥିବାବେଳେ ଗତ ୨୦ ତାରିଖରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ଦୁଇଦିନ ପରେ ତାଙ୍କୁ କିଛି ସହଯୋଗୀ ପରିବାର ଲୋକଙ୍କ ସହାୟତାରେ ଏମ୍‌ସରେ ଭର୍ତ୍ତି କରିଥିଲେ। ସେଠାରେ ଉପଯୁକ୍ତ ଚିକିତ୍ସା ଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଲା। ଏବେ ସେ ଡିସଚାର୍ଜ ହୋଇଥିବାବେଳେ ତାଙ୍କୁ ଘରେ ତିନିମାସ ପାଇଁ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Comments are closed.