କରୋନା ପୀଡ଼ିତଙ୍କ ଆରୋଗ୍ୟ ପାଇଁ ଦୀପଦାନ

ଚୌଦ୍ୱାର : ଆଜକୁ ଦୀର୍ଘ ୧ ମାସ ହେଲା କରେନାରେ ପୀଡ଼ିତ ହୋଇ ଚେନ୍ନାଇରେ ଚିକିତ୍ସା ପାଇଁ ଯାଇଥିବା ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ ଓଟିଏମ୍‍ କଲୋନୀର ସୌମ୍ୟରଞ୍ଜନ ବେଉରାଙ୍କ ଆରୋଗ୍ୟ କାମନା କରି କ୍ୟାଚ୍‍ ଚେରିଟେବୁଲ ଟ୍ରଷ୍ଟ ତରଫରୁ ଚାରବାଟିଆ ହାଉସିଂବୋର୍ଡ଼ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଦୀପଦାନ କରାଯାଇଥିଲା।ଟ୍ରଷ୍ଟର ଅଧ୍ୟକ୍ଷା ବୀଣାପାଣି ଦାସ, ପୂର୍ବତନ କାଉନସିଲର ଶୁଭେନ୍ଦୁ ସାମଲ,ମାୟା ବିଶ୍ୱାସ,ପୁଷ୍ପଲତା ସୁବୁଦ୍ଧିରାୟ,ବିକ୍ରମ ପଣ୍ଡା, ଆଦିତ୍ୟ ଦାସ, ସୌମ୍ୟ ପାତ୍ର, ହରେକୃଷ୍ଣ ସାହୁ, ଶକ୍ତି ପ୍ରସାଦ ସାମଲ, ଅଭିଶେକ ଦାସ, ସୁରେଶ କୁମାର ସାମଲ, ଡି. କିଶୋର , ପ୍ରମୋଦ କୁମାର ସାହୁ, ଟିକିନା ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସୌମ୍ୟଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। ଟ୍ରଷ୍ଟ ତରଫରୁ ଏହି ଉପଲକ୍ଷେ ଜଗତପୁର ନିମପୁରରେ ବସ୍ତି ବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଅନୁରୂପ ଭାବେ ଚୌଦ୍ୱାର ଡାଳିଯୋଡ଼ା ସାହିତ୍ୟ ସଂସଦ ତରଫରୁ ସୌମ୍ୟଙ୍କ ଚିକିତ୍ସା ପାଇଁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।ସଂସଦ ସଭାପତି କେ.ସି.ପ୍ରତାପସିଂହ ଓ ସମ୍ପାଦକ ଶ୍ରୀନିବାସ ବେହେରା ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ଭେଟି ସହାୟତା ରାଶି ପ୍ରଦାନ କରିଥିଲେ।

Comments
Loading...