ବଲିଉଡ଼ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କ ପରଲୋକ

ମୁମ୍ବଇ : ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ବରିଷ୍ଠ ଅଭିନେତା ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଆଜି ଦିନ ୩ଟା ୩୦ ସମୟରେ ମୁମ୍ବଇରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତାଙ୍କ ମୃତ୍ୟୁ ଖବରରେ ସମ୍ପୂର୍ଣ୍ଣ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ‘ତାରକ ମେହେତା କା ଉଲଟା ଚଷମା’ ଧାରାବାହିକ ମାଧ୍ୟମରେ ଅଭିନୟ କରି ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଅନେକ ହିନ୍ଦୀ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ସେ ଗୁଜରାଠୀ ଧାରାବାହିକରେ ମଧ୍ୟ କାମ କରିଛନ୍ତି।

Comments are closed.