ଦକ୍ଷିଣ ଦିଗରେ ଡାଇନିଂ ହଲ୍ ସର୍ବୋତ୍କୃଷ୍ଟ

0

ବାସ୍ତୁଶାସ୍ତ୍ର ଅନୁସାରେ ଘରର ରୋଷେଇ ଗୃହ ଓ ଡାଇନିଂ ହଲ୍ ଯଥାସ୍ଥାନରେ ରହିବା ନିତାନ୍ତ ଆବଶ୍ୟକ। କାରଣ ଭୋଜନ ଆମ ଜୀବନଶୈଳୀରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଣୁ ଯଥା ସ୍ଥାନରେ ବସି ଭୋଜନ କଲେ ଖାଦ୍ୟ ହଜମ ହେବା ସହ ଶରୀରକୁ ଶକ୍ତି ପ୍ରଦାନ କରେ।
-ବାସ୍ତୁବିତ୍‌ଙ୍କ ମତରେ ଡାଇନିଂ ହଲ୍ ଉତ୍ତର ଦିଗରେ ଥିଲେ, ତାହା ପରିବାରଲୋକଙ୍କୁ ଅଧିକ କ୍ୟାରିୟର ସଚେତନ କରାଇଥାଏ। ଏମାନେ ଖାଦ୍ୟପାନୀୟ ଉପରେ ଏତେଟା ଧ୍ୟାନ ଦେବାକୁ ଉଚିତ୍ ମଣନ୍ତିନାହିଁ। ଏମାନଙ୍କ ନିମନ୍ତେ ନିଜ କାମ ହିଁ ସବୁଠୁ ବଡ଼ ପ୍ରାପ୍ୟ।
-ଉତ୍ତର-ପୂର୍ବ ଦିଗରେ ଡାଇନିଂ ହଲ୍ ଥିଲେ, ଘରର ସଦସ୍ୟ ଅଧିକ ସ୍ବାସ୍ଥ୍ୟ ସଚେତନ ହୋଇଥାନ୍ତି। ଏମାନେ ନିଜ ଭୋଜନ ନିୟମିତ ଭାବେ ନିର୍ଦିଷ୍ଟ ସମୟରେ କରିବାକୁ ଉଚିତ୍ ମଣିଥାନ୍ତି।
-ପୂର୍ବ ଦିଗରେ ଡାଇନିଂ କକ୍ଷ ଥିଲେ, ଘରଲୋକେ ଅଧିକାଂଶ ସମୟରେ ବାହାରୁ ଖାଦ୍ୟ ଆଣିବାକୁ ଆଗ୍ରହ ପ୍ରକାଶ କରନ୍ତି। ଏହା ସହ ପ୍ରତ୍ୟହ ଏମାନେ ଜଙ୍କଫୁଡ୍ ଖାଇବାକୁ ଆଗ୍ରହୀ ହୋଇଥାନ୍ତି।
-ତେବେ ଭୋଜନ ନିମନ୍ତେ ଦକ୍ଷିଣ ଦିଗ ସବୁଠୁ ଉତ୍ତମ। ଏହି ଦିଗରେ ଡାଇନିଂ ହଲ୍ ରହିଲେ ତାହା ପରିବାରଲୋକଙ୍କୁ ଶୁଭ ଫଳ ପ୍ରଦାନ କରିବା ସହ ସମସ୍ତଙ୍କର ଖାଦ୍ୟ ଭଲଭାବେ ହଜମ ହୋଇଥାଏ।

Leave A Reply